ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ସୂଚନା ଅଧିକାର ଆଇନ୍ ଗତି କୁଆଡେ? – ସୂଚନା ମାଗିଲେ ଦେଉନାହାନ୍ତି : ୨ବର୍ଷ ହେଲା କମିଶନ ରେ ଅପିଲ୍ ଶୁଣାଣୀ ହେଉନାହିଁ …

ରେଙ୍ଗାଲି, ଡ଼ିସେମ୍ବର 14
(ଡ଼ଃ ନିବେଦିତା ନାଥ)

ପ୍ରଶାସନ ରେ ପାରଦର୍ଶିତା ଓ ସ୍ବଚ୍ଛତା ଆଣିବା ସହିତ ଜନସାଧାରଣ ଙ୍କୁ ତଥ୍ଯ ସୂଚନା ଯୋଗାଇବା ପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି ସୂଚନା ଅଧିକାର ଆଇନ। ଏହି ଆଇନ୍ ରେ ତଥ୍ଯ ସୂଚନା ପାଇବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ଯ ରେ ସୂଚନା ଯୋଗାଇବାର ନିୟମ ରହିଛି।ନିର୍ଦ୍ଧାରିତ ସମୟସୀମାରେ ସୁଚନା ନଦେଲେ ଏପିଲେଟ୍ ଅଥରିଟୀ ଙ୍କ ଠାରେ ଆବେଦନକାରୀ ଅପିଲ୍ କରିବାର ର ମଧ୍ଯ ନିୟମ ଅଛି। ଏ ସତ୍ତ୍ବେ ଆବେଦନକାରୀଙ୍କୁ ସେ ମାଗିଥିବା ସୂଚନା ଦିଆ ନଗଲେ ସେ ସୂଚନା କମିଶନର ଙ୍କ ନିକଟ ରେ ଅପିଲ୍ କରିବା ର ନିୟମ ରହିଛି । ଆବେଦନକାରୀଙ୍କୁ ସୂଚନା ଯୋଗାଇ ଦେଇ ନଥିବା ଅଧିକାରୀ ଙ୍କୁ ଦଣ୍ଡିତ କରିବା ପାଇଁ ଆଇନ୍ ରେ ବ୍ୟବସ୍ଥା ରହିଛି।
ତେବେ ଏତେ କଡା ଆଇନ ଥାଇ ବି ସୂଚନା ଅଧିକାର ଆଇନ ରେ ତଥ୍ଯ ମାଗିଥିବା ଆବେଦନକାରୀଙ୍କୁ ତଥ୍ଯ ସୂଚନା ଦିଆ ଯାଉନାହିଁ। ଏପରିକି ସୂଚନା କମିଶନ ଙ୍କ ନିକଟର ଅପିଲ୍ କରିବାର ବର୍ଷାଧିକ କାଳ ବିତିଗଲା ପରେ ବି ଅପିଲ୍ ର ଶୁଣାଣୀ ହେଉନାହିଁ ବୋଲି ସରୋଜ କୁମାର ମିଶ୍ର ନାମକ ରେଙ୍ଗାଲି ର ଜନୈକ ଆବେଦନକାରୀ ଅଭିଯୋଗ କରିଛନ୍ତି । ଅଭିଯୋଗ ରୁ ପ୍ରକାଶ ଯେ ଶ୍ରୀ ମିଶ୍ର ୨୦୨୨ ଜୁଲାଇ ୧୩ ତାରିଖ ଦିନ ରେଙ୍ଗାଲି ତହସିଲଦାର କାର୍ଯ୍ୟାଳୟ ର ଜନସୂଚନା ଅଧିକାରୀ ଙ୍କ ଠାରେ ସୂଚନା ଅଧିକାର ଆଇନ ମାଧ୍ୟମ ରେ ସୂଚନା ଦେବାକୁ ଆବେଦନ କରିଥିଲେ। ସୂଚନା ଅଧିକାରୀ ନିର୍ଦ୍ଦାରିତ ସମୟ ଅବଧିରେ ସୂଚନା ନଦେବାରୁ ୨୦୨୨ ସେପ୍ଟେମ୍ବର ୫ତାରିଖ ଦିନ ଏପିଲେଟ୍ ଅଥରିଟୀ ଙ୍କ ନିକଟ ରେ ଅପିଲ୍ କରିଥିଲେ । ତଥାପି ତାଙ୍କୁ ସୂଚନା ଦିଆ ନଯିବାରୁ ଶ୍ରୀ ମିଶ୍ର ୨୦୨୨ ନଭେମ୍ବର ୧ତାରିଖ ଦିନ ରାଜ୍ୟ ସୂଚନା କମିଶନ ଙ୍କ ନିକଟରେ ଅପିଲ୍ କରିଥିଲେ। ଅପିଲ୍ କରିବାର ୨ବର୍ଷ ବିତିଗଲା କିନ୍ତୁ ଏପର୍ଯ୍ୟନ୍ତ ଅପିଲ୍ ର ଶୁଣାଣୀ ହୋଇ ନାହିଁ କି ମୁଁ ମାଗିଥିବା ତଥ୍ଯ ର ସୂଚନା ମୋତେ ମିଳିନାହିଁ ବୋଲି ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରି ସୂଚନା ଅଧିକାର ଆଇନ ର ଏଭଲି ଗତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ସୂଚନା କମିଶନର ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ସେ ଦାବୀ କରିଛନ୍ତି।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL