ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର

ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇଲେ ରେଙ୍ଗାଲି ର ଯୁବ ବୈଜ୍ଞାନିକ

ରେଙ୍ଗାଲି: ଡ଼ିସେମ୍ବର 9 (ଡ଼ଃ ନିବେଦିତା ନାଥ )
ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପ ଗ୍ରାମ ର ଯୁବ ବୈଜ୍ଞାନିକ ଡକ୍ଟର ଆଶିଷ ମାହାଣା ନୂତନ ଉଦ୍ଭାବନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇଛନ୍ତି। ଡ. ମାହାଣା ଗତ ୨୫ବର୍ଷ ଧରି ଅନବରତ ଗବେଷଣା କରି ମାନବ ସମାଜ ର କଲ୍ୟାଣ ରେ ସହାୟକ ୨୨ ଟି ଅଭିନବ ଉଦ୍ଭାବନ କରିଥିବାରୁ ଗ୍ରୀନ୍ ଫିଲ୍ଡ ଅଫ୍ ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ତାଙ୍କୁ ସ୍ଥାନିତ କରାଯାଇଛି।
ସୂଚିତ ଯେ ଡକ୍ଟର ଆଶିଷ କରୋନା ସମୟରେ ଇ-ମାସ୍କ ରୋବଟିକ୍ ନର୍ସ, ସ୍ମାର୍ଟ ଗମଲା, ଦୃଷ୍ଟିବାଧିତ ଙ୍କ ପାଇଁ ମଲଟି ସେନସର ସ୍ମାର୍ଟ ଷ୍ଟିକ୍ ଏବଂ ଅବଷ୍ଟ୍ରାକଲ୍ ଡିଟେକ୍ସନ ଷ୍ଟିକ୍, ସ୍ମାର୍ଟ ହେଲମେଟ୍। ବୋର୍ ୱେଲ୍ ଡିଟେକସନ କ୍ୟାମେରା, ଟେମ୍ପର୍ ପ୍ରୁଫ୍ ଇଭିଏମ ମେସିନ୍, ପୁଲିସ ତଦନ୍ତ ରେ ସହାୟକ ପାଇଁ ଇନଭେଷ୍ଟିଗେଟିଭ୍ ଡିଭାଇସ୍ ଆଦି ଉଦ୍ଭାବନ କରି ଚହଲ ସୃଷ୍ଟି କରିବା ସହ ସବୁ ଆଡେ ଚର୍ଚ୍ଚିତ ହୋଇଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ଯ କରାଯାଇଛି।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL