ଜାତୀୟ

BRICS ଶିଖର ସମ୍ମିଳନୀରେ ଏକାଠି ହେଲେ ତିନି ବିଶ୍ୱନେତା ମୋଦୀ, ପୁଟିନ ଓ ସି ଜିନପିଙ୍ଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତ, ରୁଷ ଓ ଚୀନ୍‌ ମଧ୍ୟରେ କୂଟନୈତିକ ସମୀକରଣର ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ହାତ ମିଳାଇଥିବା ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଓ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ପ୍ରବୋଓ ସୁବିୟାଣ୍ଟୋ ମଧ୍ୟ ନଜର ଆସିଛନ୍ତି।

 ମୋଦୀ ଲେଖିଛନ୍ତି, “ଦିଲ୍ଲୀରେ ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୬ ଆରମ୍ଭ ହେଉଛି।” ବିଭିନ୍ନ ଦ୍ୱିପାକ୍ଷିକ ବୈଠକ ସହ ଗ୍ଲୋବାଲ୍ ସାଉଥ୍‌ର ଭୂମିକାକୁ ନେଇ ମଧ୍ୟ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।ଏହା ପୂର୍ବରୁ ମଧ୍ୟ ଚଳିତ ମାସର ଆରମ୍ଭରେ ବିଶକେକ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ତିନି ନେତାଙ୍କ ମଧ୍ୟରେ ଏଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ଏବେ ସାମ୍ନାକୁ ଆସିଥିବା ଏହି ଫଟୋ ସେତେବେଳେ ଆସିଛି, ଯେତେବେଳେ ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଭାରତ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରୁଛି। ତେଣୁ ତିନି ବିଶ୍ୱନେତାଙ୍କ ଏହି ସାର୍ବଜନୀନ ଏକତାର ବାର୍ତ୍ତାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL