ଓଡ଼ିଶା

ଟୁନା ହରିଜନ ସହ ୯ ଆନ୍ତଃରାଜ୍ୟ ଡକାୟତଙ୍କୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କା, ବନ୍ଧୁକ ଓ ଗୁଳି ଜବତ

ଜୟପୁର : ଆନ୍ତଃରାଜ୍ୟ ଅପରାଧୀ ଗିରଫ । ଲକ୍ଷାଧିକ ଟଙ୍କା , ବନ୍ଧୁକ ସହ ଗୁଳି ଜବତ। ଜେଲରୁ ଫେରୁଥିଲେ ପୁଣି ନୂଆ ଟିମ ଗଠନ କରି ଘଟlଉଥିଲେ ଅପରାଧ । କେବଳ କୋରାପୁଟରେ ସୀମିତ ନଥିଲା ଅପରାଧର ଚେର । ଚାରି ଜିଲ୍ଲା ସମେତ ପଡୋଶୀ ରାଜ୍ୟକୁ ଲମ୍ବିଥିଲା ଚେର  l  ଅଗଷ୍ଟ ୨୫ରେ ପୋଲିସ ଉପରକୁ ଗୁଳି ଚଳାଇଥିବା କୁଖ୍ୟାତ ଡକାୟତ ଟୁନା ହରିଜନ ସହ ୯ ଜଣକୁ ଗିରଫ କରିଛି ବୋରିଗୁମା ପୋଲିସ l

୫୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା, ରୁପା ସହ ଅନେକ ମାରଣlସ୍ତ୍ର ସାଙ୍ଗକୁ ବନ୍ଧୁକ ଜୀବନ୍ତ ଗୁଳି ଜବତ କରିଛି ପୋଲିସ l ସେଦିନ ଉପରକୁ ଗୁଳି ଚଳାଇ ଫେରାର ଥିବା କୁଖ୍ୟାତ ଡକାୟତ ଟୁନା ହରିଜନ ଓରଫ୍ ସିମନ ନାଗ ସମେତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋରିଗୁମ୍ମା ପୋଲିସ। ଗିରଫ ଟୁନାକୁ ଛତିଶଗଡ଼ ଜଗଦଲପୁର ଅଞ୍ଚଳରୁ ଗିରଫ କରି ରିମାଣ୍ଡରେ ନେଇ ପୁରା ଘଟଣା ଛାନବିନ କରିଥିଲା l

ଅଭିଯୁକ୍ତମାନେ ହେଲେ ଟୁନା ହରିଜନ, ରାମ ହରିଜନ, ମଙ୍ଗଳଦାନ ହରିଜନ, ପୁରନ୍ଦର ସରାଫ, ମହିନ୍ଦ୍ର ମେହେର, ମୋହନ ଆଚାର୍ଯ୍ୟ, ବେଣୁମାଧବ ଷଡ଼ଙ୍ଗୀ, ରାଜେଶ ବିଷୋୟୀ ଏବଂ ନିଳୁ ସାମନ୍ତରାୟ। କୋରାପୁଟ SPଙ୍କ ନେତୃତ୍ୱରେ ଏକ 3ଜଣିଆ ସ୍ୱତନ୍ତ୍ର ଟିମ୍ ଗତ ୩ତାରିଖରେ ଜଗଦଲପୁରରୁ କାବୁ କରିଥିଲା । ପୁରା ଘଟଣାର ପର୍ଦ୍ଦାଫlସ ପରେ ରିମାଣ୍ଡ ଅବଧି ଶେଷ ହେବାରୁ ଆଜି ସମସ୍ତ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି।

ଜେରା ବେଳେ ବିଭିନ୍ନ ମନ୍ଦିର, ଚୋରି, ଡକାୟତି ଏବଂ ବାଡ଼ିଗାଁ ସିନ୍ଧିଚୋରି ସହ ପୋଲିସ ଆକ୍ରମଣ ଭଳି ଏକାଧିକ ଘଟଣାରେ ନିଜର ସମ୍ପୃକ୍ତି ସ୍ୱୀକାର କରିଛି ଅପରାଧି ଟୁନା । ତାର ନାମରେ ବିଭିନ୍ନ ଜିଲ୍ଲାରେ ୪୦ରୁ ଅଧିକ ମାମଲା ଓ ଛତିଶଗଡରେ ୧୦ଟି ମାମଲା ରହିଛି । ନଗଦ ୫୦ ହଜାର ଟଙ୍କା ବାଇକ ସମେତ ୪ଟି ଗାଡ଼ି ଜବତ କରିଛି ପୋଲିସ ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL