ଓଡ଼ିଶା

ଡିଭାଇଡରକୁ ପିଟିଲା ବାଇକ: ୨ ମୃତ, ଜଣେ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ମାତାଜୀ ମଠ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରକୁ ପିଟିଲା ବାଇକ, ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର । ମୃତକ ହେଲେ ସାନକୃଷ୍ଣପୁର ପଞ୍ଚାୟତ ଚାନ୍ଦିମାଳ ଗଦି ଗାଁର ଗୋବିନ୍ଦ ବିଶ୍ବାଳ ଓ ବିଶ୍ବଜିତ ନାୟକ । ଅନ୍ୟ ଜଣେ ଗୁରୁତର ଶିବଶଙ୍କର ନାୟକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।

ତିନିହେଁବାଇକ ଯୋଗେ ଜାମୁଝାଡି ଅଭିମୁଖେ ଯାଉଥିବା ବେଳେ, ମାତାଜୀମଠ ଛକରେ ଏକ ଡିଭାଇଡରକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ହିଁ ଗୋବିନ୍ଦଙ୍କ ଜୀବନ ଯାଇଥିବାବେଳେ, ବିଶ୍ବଜିତ ଓ ଶିବଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ବିଶ୍ବଜିତଙ୍କୁ ମୃତ ଘୋଷଣା କରିଥିଲେ । ତିନିହେଁ ଭଲ ସାଙ୍ଗ ହୋଇଥିବା ବେଳେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL