ଜାତୀୟ

ରୁଷିଆରୁ ତେଲ କିଣିବ ଭାରତ, ଅନୁମତି ଦେଲା ଆମେରିକା

ନୂଆଦିଲ୍ଲୀ: ରୁଷିଆରୁ ତେଲ କିଣିପାରିବ ଭାରତ ।  ଭାରତକୁ ରୁଷିଆରୁ ତେଲ କିଣିବା ପାଇଁ ଆମେରିକାର ଅନୁମତି ।  ତେବେ କେବଳ ୩୦ ଦିନର ଅସ୍ଥାୟୀ ଅନୁମତି ମିଳିଛି ।  ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ଟ୍ୱିଟ୍ କରି କହିଛନ୍ତି, ବିଶ୍ୱ ବଜାରରେ ତେଲର ଯୋଗାଣ ସ୍ୱାଭାବିକ ରଖିବାକୁ ଆମେରିକାର ଟ୍ରେଜେରୀ ବିଭାଗ ଭାରତୀୟ ତେଲ କମ୍ପାନୀଗୁଡ଼ିକୁ ରୁଷିଆରୁ ତେଲ କିଣିବା ପାଇଁ ୩୦ ଦିନର ଏକ ଅସ୍ଥାୟୀ ଅନୁମତି ପ୍ରଦାନ କରୁଛି ।  ଏହ ସହ କହିଛନ୍ତି ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାରତ।  ଆମେ ଆଶା କରୁଛୁ ଯେ ଭାରତ ଆଗାମୀ ଦିନରେ ଆମେରିକାରୁ ଅଧିକ ତେଲ କିଣିବ।

ଇରାନ ବିଶ୍ୱର ଶକ୍ତି ବଜାରକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଯେଉଁ ଚେଷ୍ଟା କରୁଛି, ତାହାର ପ୍ରଭାବକୁ କମାଇବା ପାଇଁ ଏହା ଏକ ସାମୟିକ ପଦକ୍ଷେପ । ବର୍ତ୍ତମାନ ଇରାନ ଏବଂ ଅନ୍ୟ କିଛି କାରଣରୁ ବିଶ୍ୱରେ ତେଲ ଦର ବଢ଼ିବାର ଆଶଙ୍କା ରହିଛି । ତେଣୁ ବଜାରରେ ତେଲର ଅଭାବ ନହେବା ପାଇଁ ଆମେରିକା ଏହି ଛାଡ଼ କରିଛି ।  ସାଧାରଣତଃ ରୁଷିଆ ଉପରେ କଟକଣା ଥିବାରୁ ତେଲ କିଣିବାରେ ସମସ୍ୟା ହୁଏ । କିନ୍ତୁ ଏହି ୩୦ ଦିନର ଅନୁମତି ପରେ ଭାରତୀୟ ରିଫାଇନାରୀଗୁଡ଼ିକ ବିନା କୌଣସି ଅସୁବିଧାରେ ରୁଷିଆରୁ ଶସ୍ତାରେ ତେଲ ଆଣିପାରିବେ।  ଆମେରିକା ଚାହୁଁଛି ଭାରତ ଭବିଷ୍ୟତରେ ରୁଷିଆ ଉପରେ ନିର୍ଭର ନକରି ଆମେରିକାଠାରୁ ଅଧିକ ପରିମାଣର ତେଲ କିଣୁ ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL