ଜାତୀୟ

କାକିନାଡାରେ ବାଣ ବିସ୍ଫୋରଣ : ୨୧ ମୃତ

କାକିନାଡା: ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ଆଜି ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।  ଏହି ବିସ୍ଫୋରଣଟି ଅପରାହ୍ନ ସମୟରେ ସମରଲକୋଟା ମଣ୍ଡଳ ଅନ୍ତର୍ଗତ ୱେଟଲାପାଲେମରେ ଗୋଦାବରୀ କ୍ୟାନାଲ୍ ନିକଟରେ ଥିବା “ସୂର୍ୟ ଶ୍ରୀ ଫାୟାର୍‌ୱର୍କ୍ସ” କାରଖାନାରେ ଘଟିଥିଲା। ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇପଡିଥିଲା।

ଯାହା ପାଖପାଖି ଗାଁରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଏହାର ଶବ୍ଦ ପ୍ରାୟ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ମୃତକଙ୍କ ପରିଚୟ ମିଳିଛି। ମୃତକ ମାନେ ହେଲେ ଆଦାବାଲା ଶ୍ରୀନୁ, କାଡିମ୍ପାଲ୍ଲି କୃପାମ୍ମା, କାଡିମ୍ପାଲ୍ଲି ଧନରାଜୁ, ସାଧନାଲା ସତ୍ୟବେଣୀ, ଭାଟ୍ଲୁରୀ ରବି, ମଣ୍ଡପାଲ୍ଲି ଚିନ୍ନି, ନିମ୍ମାଦା କରୁଣା, ଗାମ୍ପାଲା ମଙ୍ଗା, ଗୋଡାଟା ମହେଶ, ଗୋଡାଟା ରାମୁ ଏବଂ ଗୋଡାଟା ନାନି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL