ଓଡ଼ିଶା

କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

କଣ୍ଟାବାଞ୍ଜି : ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ସହର କଣ୍ଟାବାଞ୍ଜିରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଜରୁରୀ ହସ୍ତକ୍ଷେପ ଅନୁରୋଧ କରିଛନ୍ତି। ପ୍ରେସ କ୍ଲବ କଣ୍ଟାବାଞ୍ଜି ପକ୍ଷରୁ ଏନେଇ ସାଂସଦଙ୍କୁ ଦାବିପତ୍ର ଦିଆଯାଇଥିଲା। ସାଂସଦ ନିଜର ସମର୍ଥନ ଜଣାଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କଣ୍ଟାବାଞ୍ଜି ପୂର୍ବତଟ ରେଳପଥ ଅଧୀନରେ ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଯେଉଁଠାରେ ଅନେକ ରେଳ କର୍ମଚାରୀ ଓ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ସବୁ ସତ୍ୱେ ମଧ୍ୟ ଏହାର ପରିସରରେ କୌଣସି କେନ୍ଦ୍ରୀୟ ବିଦ୍ୟାଳୟ ନଥିବାରୁ ରେଳ କର୍ମଚାରୀଙ୍କ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବଦଳୀରେ ଥିବା ରେଳ କର୍ମଚାରୀଙ୍କ ସନ୍ତାନମାନେ ଶିକ୍ଷାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହ ଆଖପାଖ ଗ୍ରାମୀଣ ଓ ସହରୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ଗୁଣବତ୍ତା CBSE ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସାଂସଦ ପତ୍ରରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, କଣ୍ଟାବାଞ୍ଜିରେ ଭାରତୀୟ ରେଳ ମାଲିକାନାରେ ପର୍ଯ୍ୟାପ୍ତ ଜମି ଅଛି। ଯାହା ଫଳରେ ଜମି ଅଧିଗ୍ରହଣ ସମ୍ପର୍କୀୟ ଜଟିଳତା ବିନା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯାଇପାରିବ। ଏହା ସହ ଏଠାରେ ପ୍ରସ୍ତାବିତ Wagon POH ପ୍ରକଳ୍ପ ଆରମ୍ଭ ହେଲେ କର୍ମଚାରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ, ଯାହା ଏକ କେନ୍ଦ୍ରୀୟ ବିଦ୍ୟାଳୟର ଆବଶ୍ୟକତାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିବ।
କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେଲେ ବଦଳୀ ରେଳ କର୍ମଚାରୀଙ୍କ ସନ୍ତାନଙ୍କ ପାଇଁ ଅବିରତ ଓ ସୁଚାରୁ ଶିକ୍ଷା ସୁନିଶ୍ଚିତ ହେବ। ପଛୁଆ ଓ ଆକାଙ୍କ୍ଷୀ ଅଞ୍ଚଳର ଛାତ୍ରଛାତ୍ରୀ ଗୁଣବତ୍ତାମୂଳକ ଶିକ୍ଷାର ସୁଯୋଗ ପାଇବେ। ଏହି ରଣନୀତିଗତ ରେଳ କେନ୍ଦ୍ରର ସାମାଜିକ ପାଇପାରିକ ଢାଞ୍ଚା ଶକ୍ତିଶାଳୀ ହେବ। ପଶ୍ଚିମ ଓଡିଶାର ମାନବ ସମ୍ପଦ ବିକାଶକୁ ଗତି ମିଳିବ ବୋଲି ଆଶା କର ଯାଉଛି।

ସାଂସଦ ତାଙ୍କ ପତ୍ରରେ କେନ୍ଦ୍ର ସରକାରଙ୍କ “ସବକା ସାଥ, ସବକା ବିକାଶ” ଦୃଷ୍ଟିକୋଣ ସହ ଏହି ପ୍ରସ୍ତାବ ସମନ୍ୱୟ ରଖୁଥିବା ଉଲ୍ଲେଖ କରି ରେଳମନ୍ତ୍ରୀଙ୍କୁ ଶୀଘ୍ର ସ୍ୱୀକୃତି ଓ ଅନୁମୋଦନ ପାଇଁ ଅନୁରୋଧ କରିଛନ୍ତି। ସାର୍ବଜନୀନ ହିତ ଓ ଆଞ୍ଚଳିକ ଉନ୍ନତି ଦୃଷ୍ଟିରୁ ଏହା ଏକ ଅତ୍ୟାବଶ୍ୟକ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଛନ୍ତି ଏବଂ ରେଳମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପରେ ସକାରାତ୍ମକ ନିଷ୍ପତ୍ତି ଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL