ଓଡ଼ିଶା

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ଶୀତ ଉଭେଇବାରେ ଲାଗିଛି । ଏବେ ପ୍ରାୟ ସବୁ ସହରରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି । ଆଗକୁ ଏଥିରେ ବହୁ ମାତ୍ରାରେ ବୃଦ୍ଧି ପାଇବା ନେଇ ଏବେଠୁ ଆକଳନ କରିଛି ପାଣିପାଗ ବିଭାଗ । ଗ୍ରୀଷ୍ମକୁ ଦୃ‌ଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।

ବିଶେଷ କରି ଗ୍ରୀଷ୍ମପ୍ରବାହ ସମୟରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ତାପମାତ୍ରା ସେଭଳି ବୃଦ୍ଧି ହୋଇନଥିବାରୁ ଆଗାମୀ ଦିନରେ ବିସ୍ତୃତଭାବେ ନିର୍ଦ୍ଦେଶନାମା ଜାରି କରାଯାଇ ଗ୍ରୀଷ୍ମ ମୁକାବିଲା ପଦ‌େକ୍ଷପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।ଗ୍ରୀଷ୍ମ ମୁକାବିଲା ନିମନ୍ତେ ଆଗୁଆ ଜିଲ୍ଲା ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ସିଡିଏମଓଙ୍କୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଥିବାବେଳେ, ଖୁବଶୀଘ୍ର ବୈଠକ କରାଯାଇ ସବୁ ସ୍ବାସ୍ଥ୍ୟକେନ୍ଦ୍ର ନିମନ୍ତେ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଜଣାପଡ଼ିଛି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL