ଜାତୀୟ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କୀ ନିହତ

ଉଧମପୁର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଉଧମପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତଙ୍କ ମଧ୍ୟରେ ଜୈସ୍‌ କମାଣ୍ଡର ଥିବା ଜଣାପଡିଛି। ଗତକାଲିଠାରୁ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଜମ୍ମୁ କାଶ୍ମୀର ପୁଲିସର ରିପୋର୍ଟ ଅନୁଯାୟୀ ଉଧମପୁରର ବନସନ୍ତଗଡ଼ ଅଞ୍ଚଳରେ ଜମ୍ମୁ କାଶ୍ମୀର ପୁଲିସ, ଭାରତୀୟ ସେନା ଏବଂ ସିଆରପିଏଫ ଙ୍କ ମିଳିତ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ୍ ପର୍ଯ୍ୟନ୍ତ ଘଟଣାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL