ଜାତୀୟ

ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାକ ଆତଙ୍କବାଦୀଙ୍କୁ ଭଡ଼ାରେ ଆଣିଲା ଇରାନ

ତେହେରାନ: ଇରାନର ଚାଲିଥିବା ଜନସାଧାରଣଙ୍କ ବିକ୍ଷୋଭ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବାବେଳେ ସ୍ଥିତି ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାନ ସରକାର ସେନାକୁ ନିୟୋଜିତ କରିଛନ୍ତି। ସେନା କାର୍ଯ୍ୟାନୁଷ୍ଠାନରେ ତିନି ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ସହସ୍ରାଧିକ ଆହତ ହୋଇଛନ୍ତି। ସେନା କାର୍ଯ୍ୟାନୁଷ୍ଠାନକୁ ଆମେରିକା ସମେତ ଜାତିସଂଘ ତୀବ୍ର ସମାଲୋଚନା କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଇରାନ ସରକାର ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ପଡୋଶୀ ଇରାକରୁ ସହସ୍ରାଧିକ ଆତଙ୍କବାଦୀଙ୍କୁ ଭଡାରେ ଅାଣିଛି। ଆମେରିକାର ଏକ ଗଣମାଧ୍ୟମ ସଂସ୍ଥା ମିଡିଆ ଲାଇନ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୫୦ ଆସନ ବିଶିଷ୍ଟ ୬୦ଟି ବସ୍‌ରେ ଏହି ଆତଙ୍କବାଦୀମାନେ ଜାନୁଆରୀ ୧୧ରେ ଇରାନ ସୀମାରେ ପ୍ରବେଶ କରିଛନ୍ତି। ପ୍ରତ୍ୟେକ ଇରାକୀ ଆତଙ୍କବାଦୀଙ୍କୁ ମାସିକ ୬୦୦ ଡଲାର ପାରିଶ୍ରମିକ ଦିଆଯିବ ବୋଲି ଜଣାପଡିଛି। ଏହି ଆତଙ୍କବାଦୀମାନେ ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରଣନୀତି ପ୍ରସ୍ତୁତ ହୋଇଛି। ପୁନଶ୍ଚ ସନ୍ଦେହ ଘେରରୁ ବର୍ତ୍ତିବାକୁ ଏହି ଆତଙ୍କବାଦୀମାନେ ତୀର୍ଥଯାତ୍ରୀ ଭାବେ ପରିଚୟ ଦେଇ ଇରାନ ଆସିଥିବା କୁହାଯାଇଛି। ତେବେ ସବୁ ବସ୍‌ରେ କେବଳ କଳା ପୋଷାକ ପରିଧାନ କରିଥିବା ଯୁବକମାନେ ଯାତ୍ରା କରୁଥିବାରୁ ଏମାନଙ୍କୁ ତୀର୍ଥଯାତ୍ରୀ କହିବା ଅନୁଚିତ ବୋଲି ମିଡିଆ ଲାଇନ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL