ଓଡ଼ିଶା

ସଚିବ ସ୍ତରୀୟ ବୈଠକ; ଆଗାମୀ ବଜେଟରେ କ’ଣ ରହିବ ଫୋକସ, ସୂଚନା ଦେଲେ ମୁଖ୍ୟ ସଚିବ…

ଭୁବନେଶ୍ୱର: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସବୁ ବିଭାଗର ସଚିବ ଉପସ୍ଥିତ ରହିଥିଲେ। ବୈଠକ ପରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ବଜେଟ ଖର୍ଚ୍ଚ ୫୦ ପ୍ରତିଶତ ହୋଇଥିବାବେଳେ ୬୦ ପ୍ରତିଶତ ବୃଦ୍ଧି ପାଇଁ ସବୁ ବିଭାଗ ସଚିବଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ପ୍ରତି ଶନିବାର ଭିତ୍ତିଭୂମି ସମୀକ୍ଷା ବୈଠକ ହେବ। ସଚିବ ମାନେ ଫିଲଡ଼ ଭିଜିଟ ବେଳେ ମେଗା ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ସମୀକ୍ଷା କରିବାକୁ ନିର୍ଦ୍ଦେଶ ରହିଛି। ବୈଠକରେ ରାଜସ୍ବ ଆଦାୟ, ବିଭିନ୍ନ ଆଇନ ସଂଶୋଧନ, ପୂର୍ଣ୍ଣାଙ୍ଗ ବଜେଟ ନେଇ ଆଲୋଚନା ହୋଇଛି।

ବିଭାଗରେ କଣ କଣ ନୂଆ କରାଯାଇପାରିବ ବଜେଟ ପୂର୍ବରୁ ବିଭିନ୍ନ ବିଭାଗ ସେମାନଙ୍କ ପ୍ରସ୍ତାବ ଦେବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ସୂତ୍ରୀ କାର୍ଯ୍ୟକ୍ରମ ନେଇ ବିଭାଗ ଗୁଡିକ କଣ ପଦକ୍ଷେପ ନେଇଛନ୍ତି ସେ ନେଇ ସଚିବ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯିବ। ସମସ୍ତ ବିଭାଗର ସଚିବ ମାନେ ମଧ୍ୟ ଅନ୍ୟ କୌଣସି ଦିନ ବୈଠକ ନ ଡାକି ସେହିଦିନ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିପାରିବେ। ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଙ୍କ ଅଧ୍ୟକ୍ଷତାରେ ବସିଥିବା ସଚିବ ସ୍ତରୀୟ ବୈଠକରେ ଏଭଳି ନିଷ୍ପତି ହୋଇଛି।
ଏହା ସହିତ ଆଗାମୀ କିଛି ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ସାଶନ ସଚିବ କଲିକତା ଗ୍ରସ୍ତ ଯିବେ । ସେଠାରେ ଦୁଇ ଦିନ ପାଇଁ ନିବେଶ ସମ୍ମିଳନୀ ରେ ଯୋଗଦାନ କରିବେ। ଏହି ବୈଠକ ହେବାର ଏକ ମାତ୍ର ଲକ୍ଷ୍ୟ ହେଉଛି ରାଜ୍ୟରେ କେଉଁଭଳି ଅଧିକରୁ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇପାରିବ। ଓଡ଼ିଶାରେ ଚାକିରୀ ସୁଯୋଗ ଉପରେ ଅଧିକ ଫୋକସ ଦିଆଯାଉଛି।ଏହା ଦ୍ବାରା ଓଡ଼ିଶାକୁ ପୁଞ୍ଜି ଆସିବ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL