ଜାତୀୟ

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା

ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଯାହାକି ଦେଶରେ ଗତ ୨୪ ଘଣ୍ଟାରେ ଦ୍ଵିତୀୟ ଘଟଣା। ମୃତକ ଶରତମଣି ଚକ୍ରବର୍ତ୍ତୀ(୪୦) ବୋଲି ଜଣାପଡିଛି। ସୋମବାର ରାତି ପ୍ରାୟ ୧୦ଟା ସମୟରେ ନରସିଙ୍ଗଡି ଜିଲ୍ଲାରେ ଶରତମଣିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ୧୮ ଦିନରେ ୬ ଜଣ ହିନ୍ଦୁଙ୍କର ଜୀବନ ଗଲାଣି। ୨୪ ଘଣ୍ଟାରେ ଦଙ୍ଗାକାରୀମାନେ ୨ ଜଣ ହିନ୍ଦୁଙ୍କୁ ହତ୍ୟା କଲେଣି। ସଂଖ୍ୟାଲଘୁଙ୍କ ଟାର୍ଗେଟ କରି ଦଙ୍ଗାକାରୀମାନେ ଆକ୍ରମଣ କରୁଛନ୍ତି।

ତାଙ୍କୁ ହତ୍ୟା କରାଯିବାର କିଛି ଘଣ୍ଟା ପୂର୍ବରୁ, ଯଶୋର ଜିଲ୍ଲାରେ ଜଣେ ୪୫ ବର୍ଷୀୟ କାରଖାନା ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହତ୍ୟାର ଶିକାର ହିନ୍ଦୁ ହେଉଛନ୍ତି ରାଣା ପ୍ରତାପ (୪୫)। ରାଣା ପ୍ରତାପ ଜଣେ ସାମ୍ବାଦିକ। ସେ ବାଂଲାଦେଶର ଏକ ଦୈନିକ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ। ଏହା ସହିତ ସେ ନିଜର ଏକ କାରଖାନା ଚଳାଉଥିଲେ। ସୋମବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତାଙ୍କୁ ଯଶୋର ଜିଲାର କୋପାଳିଆ ବଜାରରେ ଗୁଳି କରି ହତ୍ୟା କରାଯାଇଥିଲା। ସନ୍ଧ୍ୟାରେ ରାଣା ପ୍ରତାପ ତାଙ୍କ କାରଖାନାରେ ଥିଲେ। କେତେକ ଲୋକ ତାଙ୍କୁ ବାହାରକୁ ଡକାଇଥିଲେ। ରାଣା ବାହାରକୁ ଆସିବା ପରେ ତାଙ୍କ ମୁଣ୍ଡକୁ ଗୁଳି କରିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

aduser

About Author

LOKA SAMACHAR @2026. All Rights Reserved || Developed By CBSPL