ଓଡ଼ିଶା

ସୁନ୍ଦରପୁର ପଞ୍ଚାୟତରେ ମଇଁଷି ମଡ଼କ, ୧୫ ଦିନରେ ମଲେଣି ଶତାଧିକ

ଆରଡି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତ ଦୋହରା ପାଟଣା ଓ ଖଟୁଆ ପାଟଣା ଗାଁରେ ଗତ ୧୫ଦିନ ମଧ୍ୟରେ ୧୦୭ ମଇଁଷିଙ୍କର ଅଜଣା ରୋଗରେ ମୃତ୍ଯୁ ଘଟିଛି।ଫଳରେ ଗୋପାଳଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯିବା ସହ ମଇଁଷି ହରାଇଥିବା ଚାଷୀମାନେ ଏବେ ଦୁଃଖରେ ଦିନ କାଟୁଛନ୍ତି। ଏପରି ସମସ୍ୟା ବାବଦରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମଇଁଷିକୁ ନେଇ ଜୀବିକା ନିର୍ବାହ କରୁଥିବା ଚାଷୀମାନଙ୍କ ପାଇଁ ଏହି ମଡକ ଭୟାବହ ଆଘାତ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଅଜଣା ରୋଗରେ ଦୋହରାପାଟଣାରେ ୨୭ଟି ମଇଁଷିଙ୍କର ପ୍ରାଣ ଯାଇଥିବା ବେଳେ ଖଟୁଆପାଟଣା ଗାଁରେ ୮୦ରୁ ଉର୍ଦ୍ଧ ମଇଁଷି ମଡକ ନଦୀପଠା, ନଈଜୋର, ଧାନକ୍ଷେତ ଆଦି ସ୍ଥାନରେ କୁଢକୁଢ ହୋଇ ପଡିରହିଛି।କ୍ଷତିଗ୍ରସ୍ତ ମଇଁଷି ଚାଷୀ ଚୈତନ୍ୟ ଦାସ, ପ୍ରେମ ଦାସ, ସୁରେଶ ପରିଡା, ଅଭିମନ୍ୟୁ ପରିଡା, ନିରଞ୍ଜନ ପଲାଇ, ବିଶ୍ଵନାଥ ପଲାଇ, ରଞ୍ଜନ ପଲାଇ, ରାଧାକାନ୍ତ ପଲାଇ, ଅକ୍ଷୟ ପଳେଇ, ଅଜୟ ପରିଡା, ପର୍ଶୁରାମ ପଲାଇ, ପ୍ରବୋଧ ପଲାଇ, ଦିବାକର ପରିଡା, ଉମାକାନ୍ତ ପରିଡା, କାଳନ୍ଦି ପରିଡା, ପ୍ରଭାକର ପଲାଇ ଓ ଅନ୍ୟମାନେ ଏବେ ଦୁଃଖରେ ଭାଙ୍ଗି ପଡ଼ିବା ସହ ପରିବାର ପ୍ରତିପୋଷଣ କିପରି କରିବେ ସରକାରୀ ବାଟକୁ ଚାହିଁ ରହିଛନ୍ତି। ସେମାନଙ୍କ କହିବା ଅନୁସାରେ, ଏତେ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସିନଥୀବା ଵେଳେ ପଶୁ ବିଭାଗର ଡାକ୍ତରୀ ଟିମ ମଧ୍ୟ ଗାରେ ପହଂଚି ନାହାନ୍ତି।। ମଇଁଷିମାନଙ୍କ ମୃତ୍ୟୁର କାରଣ ଖୋଜିବା, ଚିକିତ୍ସା ସୁବିଧା ଦେବା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ସରକାରୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL