ଜାତୀୟ

ଷ୍ଟେସନ ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୫୦୦ ଦୁଇ ଚକିଆ ଯାନ…

ତ୍ରିସୁର: ତାମିଲନାଡୁର ତ୍ରିସୁର ରେଳ ଷ୍ଟେସନରେ ରବିବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଷ୍ଟେସନର ପାର୍କିଂରେ ଥିବା ୫୦୦ରୁ ଅଧିକ ଦୁଇଚକିଆ ଯାନ ପୋଡ଼ି ଯାଇଛି।

ତେବେ ଏହି ଘଟଣା ପ୍ଲାଟଫର୍ମ ନମ୍ବର ୨ ନିକଟରେ ସକାଳ ପ୍ରାୟ ୬.୪୫ ସମୟରେ ଘଟିଥିବା ରିପୋର୍ଟରୁ ଜଣାପଡିଛି। ଏହି ଘଟଣା ଫଳରେ ଯାତ୍ରୀ ଏବଂ ନିକଟରେ ରହୁଥିବା ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ନିଆଁ ଖୁବ୍ ଶୀଘ୍ର ସେହି ସ୍ଥାନରେ ଥିବା ପାର୍କିଂ ଅଞ୍ଚଳରେ ବ୍ୟାପି ଯାଇଥିଲା। ଯେଉଁଠାରେ ସାଧାରଣତଃ ପ୍ରତିଦିନ ପ୍ରାୟ ୫୦୦ ରୁ ଅଧିକ ମୋଟରସାଇକେଲ ଏବଂ ସ୍କୁଟର ପାର୍କିଂ କରାଯାଏ। ଗାଡ଼ିରେ ଥିବା ପେଟ୍ରୋଲ ଯୋଗୁଁ ନିଆଁ ଶୀଘ୍ର ବ୍ୟାପିଯାଇଥିବା ଅନୁମାନ କରାଯାଉଛି।

ତେବେ ସୂଚନା ପାଇ ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ଓ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଅତ୍ୟଧିକ ମାତ୍ରରେ ବ୍ୟାପିଯାଇଥିବାରୁ ଅଗ୍ନି ନିୟନ୍ତ୍ରଣ ପାଇଁ ପ୍ରାୟ ଅଧ ଘଣ୍ଟା ଧରି ଅଗ୍ନିଶମ କର୍ମଚାରୀମାନେ କସରତ କରିଥଲେ। ନିଆଁ ଲିଭିଯିବା ପରେ ସୃଷ୍ଟି ହୋଇଥିବା ଧୂଆଁ ଯୋଗୁଁ ଯାତ୍ରୀ ଏବଂ ଷ୍ଟେସନ କର୍ମଚାରୀ ମାନେ କିଛି ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥିଲେ। ଅନେକ ଯାନ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ କିଛି ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ତେବେ କେତେ ସଂଖ୍ୟାରେ ଯାନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ତାହା ଜାଣିବା ପାଇଁ ଅଧିକାରୀମାନେ ସେଠାରେ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ବିଦ୍ୟୁତ୍ ସର୍ଟସର୍କିଟ୍, ଇନ୍ଧନ ଲିକ୍ କିମ୍ବା ଅନ୍ୟ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଜାଣିବା ପାଇଁ ତଦନ୍ତ କରାଯିବ ବୋଲି ଅଧିକାରୀ ମାନେ କହିଛନ୍ତି। ଏଥିସହିତ ରେଳ ଷ୍ଟେସନ ପରିସରରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯିବା ନେଇ କୁହାଯାଇଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL