ଜାତୀୟ

ସ୍ବିଜରଲ୍ୟାଣ୍ଡ ବାର୍ ବିସ୍ଫୋରଣରେ ୪୦ ମୃତ

ନୂଆଦିଲ୍ଲୀ: ମନେ ପକାଇଦେଲା ଗୋଆ ନାଇଟ୍ କ୍ଲବ୍ ବିସ୍ଫୋରଣ। ନୂଆ ବର୍ଷ ପାଳନ କରିବା ହେଲା କାଳ। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍‌ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ ହୋଇଥିବା ବେଳେ ଭିତରେ ଥିବା ୧୦୦ରୁ ଅଧିକ ‌ଲୋକ ଗୁରୁତର ଆହତ ହୋଇଥିବା ସାମ୍ନାକୁ ଆସିଛି।

ସ୍ୱିଜରଲ୍ୟାଣ୍ଡ ପୁଲିସ କହିଛି ଯେ, ଏହି ବିସ୍ଫୋରଣ ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନା ସହରରେ ଘଟିଥିଲା। ଘଟଣା ଘଟିବା ପରେ ଏବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ନେବା ଆରମ୍ଭ କରିଥିଲା। ଏହା ସହିତ ଉଦ୍ଧାର କାମ ଆରମ୍ଭ ହୋଇଥିଲା। କୁହାଯାଉଛି ଯେ, ବାର୍‌ରେ ନୂତନ ବର୍ଷର ପାଳନ ପାଇଁ ‌ଲୋକେ ପାର୍ଟି କରିବାକୁ ବାର୍‌ରେ ପହଞ୍ଚିଥିଲେ। ବିସ୍ଫୋରଣ ଘଟିବା ବେଳେ ଏକାଧିକ ଲୋକ ବାର୍ ଭିତରେ ଥିଲେ। ଏପର୍ଯ୍ୟନ୍ତ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛି। ବିସ୍ଫୋରଣ ପଛର କାରଣ ଜଣାପଡ଼ିନାହିଁ। କୌଣସି ଆତଙ୍କବାଦୀ ସଂସ୍ଥା ଏହି ବିସ୍ଫୋରଣ କରିଥିବା ନେଇ ମଧ୍ୟ ଆଶଙ୍କା କରାଯାଉନାହିଁ।

ସୂଚନା ଥାଉକି ଡିସେମ୍ବର ୨୦୨୫ରେ ଗୋଆର ଏକ ନାଇଟ୍ କ୍ଲବରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଥିଲା। ଉତ୍ତର ଗୋଆର ପର୍ଯ୍ୟଟନ କେନ୍ଦ୍ର ଅର୍ପୋରାସ୍ଥିତ ଲୋକପ୍ରିୟ ନାଇଟ୍‌ କ୍ଲବ୍ ‘ବର୍ଚ ବାଏ ରୋମିଓ ଲେନ୍’ରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬ ଜଣ ଗୁରୁତର ଆହତ ହୋଇଥିଲେ। ରାତି ପ୍ରାୟ ୧ଟା ୫ ମିନିଟ୍ ସମୟରେ କ୍ଲବ୍‌ର ଦ୍ବିତୀୟ ମହଲାରେ ହଠାତ୍ ନିଆଁ ଲାଗିବା ସହ କିଛି ସେକେଣ୍ଡ୍ ମଧ୍ୟରେ ସମଗ୍ର କ୍ଲବ୍ ନିଆଁର ବଳୟ ଭିତରକୁ ଆସିଯାଇଥିଲା। ବେସ୍‌ମେଣ୍ଟ୍ ଓ ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା ଲୋକେ ନିଆଁ ଓ ଧୂଆଁରେ ଫସି ରହିଯାଇଥିଲେ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL