ଜାତୀୟ

BSNL ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିଖବର। ନୂଆବର୍ଷରେ BSNLର ନୂଆ ଅଫର୍। ସାରା ଦେଶରେ ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍। ଏହି ଉନ୍ନତ ସେବା ଏବେ ଦେଶର ସମସ୍ତ ଦୂରସଞ୍ଚାର ସର୍କଲର ସବୁ ବିଏସଏନଏଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଚ୍ୟାଲେଞ୍ଜିଂ ସ୍ଥିତିରେ ଅବାଧ ଓ ଉଚ୍ଚଗୁଣବତ୍ତା ସମ୍ପନ୍ନ କନେକ୍ଟିଭିଟି ସୁବିଧା ମିଳିବ। ଏନେଇ ଦୂର ସଂଚାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

VoWiFi ଗ୍ରାହକଙ୍କୁ ୱାଇଫାଇ ନେଟୱାର୍କରେ ଭଏସ୍ କଲ୍ ଏବଂ ମେସେଜ୍ କରିବା ପାଇଁ ସୁବିଧା ଦେବ। ଏହାଦ୍ଵାରା ଘର, ଅଫିସ୍, ବେସମେଣ୍ଟ ଏବଂ ଅପହଞ୍ଚ ଅଞ୍ଚଳ ଭଳି ଦୁର୍ବଳ ମୋବାଇଲ୍ ସିଗନାଲ ଥିବା ଅଞ୍ଚଳରେ ସ୍ପଷ୍ଟ ଏବଂ ନିର୍ଭରଯୋଗ୍ୟ ସଂଯୋଗ ସୁନିଶ୍ଚିତ କରିବ। ଏହା ଏକ IMS ଆଧାରିତ ସେବା। ଯାହା ୱାଇଫାଇ ଏବଂ ମୋବାଇଲ୍ ନେଟୱାର୍କ ମଧ୍ୟରେ ନିର୍ବିଘ୍ନ ହସ୍ତାନ୍ତର କରିବ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL