ଓଡ଼ିଶା

୩ ଶାବକ ଜନ୍ମ ଦେଲା ବାଘୁଣୀ ଜୟଶ୍ରୀ: ୨ ମୃତ, ଗୋଟିଏ ଜୀବିତ

ବରାଙ୍ଗ:ମା ହେଲା ବାଘୁଣୀ ‘ଜୟଶ୍ରୀ’। ନନ୍ଦନକାନନକୁ ନୂଆବର୍ଷ ଭେଟି। ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘୁଣୀ ଜୟଶ୍ରୀ ଗତକାଲି ୩ ଟି ଶାବକ ଜନ୍ମ ଦେଇଛି । ୨ଟି ଶାବକର ମୃତ୍ୟୁ ଘଟିଥିବାବେଳେ ଜଣେ ଶାବକ ଜୀବିତ ଥିଲା। ହେଲେ ତାକୁ ମାଆ ଗ୍ରହଣ କରିନଥିଲା। ଶାବକଟିକୁ ଶିଶୁ ଲାଳନ ପାଳନ କେନ୍ଦ୍ରରେ ରଖାଯାଇ ଯତ୍ନ ନିଆଯାଉଛି।ଅପ୍ରାପ୍ତ ବୟସରେ ବାଘୁଣୀ ମା ହେବାରୁ ସେ ସଠିକ୍ ଭାବେ ଶାବକଙ୍କ ଯତ୍ନ ନେଇ ପାରିନି,ଏଥିସହ ଶାବକଙ୍କୁ ସ୍ତନ୍ୟପାନ ମଧ୍ୟ କରାଇ ପାରିନାହିଁ ।

ଯାହା ଫଳରେ ପ୍ରଥମ ଦୁଇଟି ଶାବକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଶାବକକୁ ମଧ୍ୟ ମା ଗ୍ରହଣ କରିନଥିଲା ଏବଂ ସ୍ତନ୍ୟପାନ କରାଇନଥିଲା । ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ନିର୍ଦେଶ କ୍ରମେ ଜୀବିତ ଶାବକକୁ ଶିଶୁ ଲାଳନ ପାଳନ କେନ୍ଦ୍ରରେ ରଖାଯାଇଛି । ଜୟଶ୍ରୀ ନନ୍ଦନକାନନରେ ସବୁଠାରୁ ପ୍ରାପ୍ତ ବୟସ ୨ବର୍ଷ ୧୧ ମାସରେ ପ୍ରଥମ ଥର ମାଆ ହୋଇଛି। ନୂଆ ଶବକ ଜନ୍ମ ପରେ ବାଘଙ୍କ ସଂଖ୍ୟା ଏବେ ୨୯ କୁ ବୃଦ୍ଧି ପାଇଛି। ଉଭୟଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL