ଓଡ଼ିଶା

ହାତୀ ଆକ୍ରମଣରେ ଚାଷୀ ମୃତ

ରେଙ୍ଗାଲି କ୍ୟାମ୍ପ : ବରଗଡ ଜିଲା ଅତାବିରା ଥାନା ଅନ୍ଧାରିପାଲି ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ବେଣୁଧର ଛୁରିଆ (୫୫)ବୋଲି ଜଣାପଡିଛି। ଆଜି ଭୋର ସମୟରେ ବେଣୁଧର ନିଜ ଚାଷ ଜମିକୁ ଦେଖିବାକୁ ଯାଇଥିଲେ। ପ୍ରାୟ ୬ ଟା ୩୦ ମିନିଟ ସମୟରେ ଗାଁର ଆଉ ଜଣେ ଚାଷୀ ସପ୍ନେଶ୍ୱର ଛୁରିଆ ନିଜ ଜମି କୁ ଶାଗ ତୋଳିବା ପାଇଁ ଯାଇଥିବା ବେଳେ ଦୂରରୁ ଗୋଟିଏ ହାତୀ କୁ ଦେଖି ଦୌଡ଼ି ଦୌଡ଼ି ଆସି ଗାଁକୁ ହାତୀ ଆସିଥିବା ସୂଚନା ଦେଇଥିଲେ ।ଏହି ଖବର ପାଇ ମୃତ ବେଣୁଧର ଙ୍କ ଭାଇ , ବେଣୁଧର ଙ୍କୁ ସତର୍କ କରିବା ପାଇଁ ତାଙ୍କ କ୍ଷେତ କୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ସେ ପାଇ ନଥିଲେ । ଖବର ପାଇ ଗ୍ରାମବାସୀମାନେ ସେଠାରେ ପହଞ୍ଚି ହାତୀ ଗ୍ରାମ୍ୟ ଜଙ୍ଗଲ ଭିତରେ ରହିଥିବା ସୂଚନା ପାଇଥିଲେ ।

କିନ୍ତୁ ଫେରିବା ବାଟରେ ବେଣୁଧର ମୃତ ଭାବରେ ପଡ଼ିଥିବା ଓ ଆଖ ପାଖରେ ହାତୀ ର ପାଦ ଚିହ୍ନ ଥିବା ଦେଖିଥିଲେ। ହାତୀଟି ତାଙ୍କୁ କିଛି ଦୂର ଘୋଷାଡ଼ି ନେଇ ଶୁଣ୍ଢରେ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଚାଷୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ଅଞ୍ଚଳରେ ହାତୀ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଲିଖିତ ଭାବେ ଜଣାଇବା ପରେ ୨୪ ଘଣ୍ଟା ମଧ୍ୟରେ ମୃତ ଚାଷୀଙ୍କୁ କ୍ଷତି ପୂରଣ ବାବଦକୁ ପ୍ରଥମେ ଏକ ଲକ୍ଷ ଟଙ୍କା ଓ ପରେ ୯ ଲକ୍ଷ ଟଙ୍କା ଦେବା ପାଇଁ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL