ଜାତୀୟ

UPSC ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ, ଅନୁଜ ଅଗ୍ନିହୋତ୍ରୀ ପ୍ରଥମ

ନୂଆଦିଲ୍ଲୀ : UPSC ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ । ଚଳିତଥର ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଛନ୍ତି । ଦ୍ବିତୀୟରେ ରାଜେଶ୍ବରୀ ସୁଭେ ଏମ, ୩ୟରେ ଅକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ଜ୍ବଳ ପ୍ରିୟଙ୍କ ରହିଛନ୍ତି । ମୋଟ ୯୫୮ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଆଶାୟୀମାନେ ସେମାନଙ୍କ ଫଳାପଳ ୟୁପିଏସ୍‌ସି ଅଫିସିଆଲ୍ ୱେବ୍‌ସାଇଟ୍‌ upsc.gov.in. କୁ ଯାଇ ନିଜ ରେଜଲ୍ଟ ଚେକ୍ କରିପାରିବେ । upsconline.gov.in ୱେବ୍‌ସାଇଟ୍‌ରେ ମଧ୍ୟ ରେଜଲ୍ଟ ଚେକ୍ କରିହେବ । ମୋଟ ୯୫୮ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ ହୋଇଥିବା ବେଳେ ସେଥିରୁ ୩୧୭ ଜଣ ସାଧାରଣ ବର୍ଗ, ୧୦୪ ଜଣ ଇଡବ୍ଲୁଏସ୍ ବର୍ଗ, ୩୦୬ ଜଣ ଓବିସି ବର୍ଗ, ୧୫୮ ଜଣ ଏସସି ବର୍ଗ ଏବଂ ୭୩ ଜଣ ଏସଟି ପ୍ରାର୍ଥୀ ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL