ଓଡ଼ିଶା

ଜାଲିଆତି କରି ୪.୯୭ କୋଟି ଉଠାଇଲେ ଅବସରପ୍ରାପ୍ତ ଶିକ୍ଷକ

ଯାଜପୁର : କୋରାଇ  ବିଇଓଙ୍କ ଅଫିସରେ ୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଜାଲିଆତି କରି ୪.୯୭ କୋଟି ଉଠାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ । ଅଡ଼ିଟ୍ ରିପୋର୍ଟରେ ଦୁର୍ନୀତି ସ୍ପଷ୍ଟ ଜଣାପଡିବା ପରେ ଯାଜପୁର ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଶିକ୍ଷା ବିଭାଗର ସଚିବ । କୋରାଇ ବିଇଓଙ୍କ ସମେତ ୧୧ ଜଣଙ୍କ ନାମରେ ମାମଲା ହୋଇଛି । ଯାଜପୁର ଜିଲା କୋରାଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଫିସରେ ପ୍ରାୟ ୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଆଭ୍ୟନ୍ତରୀଣ ଅଡିଟ୍ ରେ ପ୍ରମାଣ ମିଳିବା ପରେ ଶିକ୍ଷା ବିଭାଗ ସଚିବ ଡା. ଏନ୍ ଥିରୁମାଳା ନାୟକ ଜିଲାପାଳଙ୍କୁ ଚିଠିଲେଖି ଦୁର୍ନୀତିରେ ଲିପ୍ତ ଥିବା କର୍ମଚାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଅନୁଯାୟୀ ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ୧୯ ଜଣ ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ କରୁଥିବା ଦର୍ଶାଇ ୪୮୦ ଥରରେ ୪ କୋଟି ୯୭ ଲକ୍ଷ ୫୫ ହଜାର ଟଙ୍କା ଉଠାଣ ହୋଇଛି । ଏସବୁ ଟଙ୍କା ପୂର୍ବକୋଟ ୟୁଜିଏମଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ନାଁରେ ଜମା କରିଥିଲେ । ନିଜ ପୁଅ, ପତ୍ନୀ, ଘରେ କାମ କରୁଥିବା ସହାୟିକାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ ପ୍ରଦୀପ । ସେହିଭଳି ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଦିଲ୍ଲୀପ କୁମାର ମହାନ୍ତିଙ୍କ ଆକାଉଣ୍ଟକୁ ବି ଟଙ୍କା ଯାଇଛି ।

ବିଶେଷ ସୂତ୍ରରୁ ଜଣାପଡ଼ିଛି ପ୍ରଦୀପ କୁମାର ମହାନ୍ତି ପୂର୍ବକୋଟେ ୟୁଜିଏମ୍ ଇ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ, ବିଇଓଙ୍କ କାର୍ଯ୍ୟାଳୟରେ ଅଣ-ଅଫିସିଆଲ୍ ଭାବେ ମାସିକ ବେତନ ବିଲ୍ ପ୍ରସ୍ତୁତ କରୁଥିଲେ। ଏହାର ସୁଯୋଗ ନେଇ ପେନସନ ପାଉଥିବା ୧୯ ଜଣ ଅବସପ୍ରାପ୍ତ ଶିକ୍ଷକଙ୍କୁ ଚାକିରିରେ ଦର୍ଶାଇ ୪୮୦ ଥରରେ ପ୍ରାୟ ୫ କୋଟି ଟଙ୍କା ଉଠାଇନେଇଛନ୍ତି । ସ୍ପେଶାଲ ଅଡିଟ୍ ରିପୋର୍ଟ୍ ଅନୁଯାୟୀ କୋରେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ଵାରା ୧୯ଜଣ ଶିକ୍ଷକ ଯେଉଁମାନେ ବହୁ ବର୍ଷ ପୂର୍ବରୁ ଅବସର ନେଇ ସାରିଛନ୍ତି ସେମାନଙ୍କ ଆଇଡିକୁ ବ୍ୟବହାର କରି ଅବସର କାର୍ଯ୍ୟକାଳ ବଢାଇ ସେମାନଙ୍କ ନାମରେ ମିଥ୍ୟା ବିଲ ପ୍ରସ୍ତୁତ କରି ନିଜ ନିଜର ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦରମା ବାବଦରେ ଏହି ଅର୍ଥ ଉଠାଯାଇଛି ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL