ଓଡ଼ିଶା

ହୋଲି ପାଇଁ କଟକରେ ମଦ ବିକ୍ରି ବନ୍ଦ

କଟକ : କଟକରେ ହୋଲି ପାଇଁ କମିଶନରେଟ୍ ପୋଲିସର ବଡ଼ ପ୍ରସ୍ତୁତି । ହୋଲିରେ ମଦ ବିକ୍ରି ବ୍ୟାନ୍। ମଦ ବିକ୍ରି ପାଇଁ ଦିଆଯିବନି ଅନୁମତି। ସୂଚନା ଦେଇଛନ୍ତି କଟକ ଡିସିପି। ସୁରକ୍ଷା ଦୃଷ୍ଟି କୋଣରୁ ସହରରେ ମୋଟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୨୦୦ ହୋମ ଗାର୍ଡ ମଧ୍ୟ ରହିବେ। ଅନ୍ୟ କାହାକୁ ଅସୁବିଧାରେ ପକାଇ ରଙ୍ଗ ନଖେଳିବାକୁ ଅପିଲ କରିଛନ୍ତି କଟକ ଡିସିପି। ଆସନ୍ତାକାଲି ଭୋର ସମୟରୁ ବିଭିନ୍ନ ସ୍ଥାନରେ ଫୋର୍ସ ମୃତୟନ ହେବେ। ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ କୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି। ଶବ୍ଦ ପ୍ରଦୂଷଣ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ସେହିପରି ରାସାୟନିକ ରଙ୍ଗ ବିକ୍ରି ଏବଂ ସୋସିଆଲ ମିଡ଼ିଆ ଉପରେ କଡ଼ା ନଜର ରହିଥିବା ଡିସିପି କହିଛନ୍ତି। ରଙ୍ଗ ଖେଳି ସାରିବା ପରେ ନଦୀରେ ନଗାଧୋଇବାକୁ କମିଶନରେଟ ପୋଲିସ ପକ୍ଷରୁ ଅପିଲ କରାଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL