ଓଡ଼ିଶା

ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁର ଅପବ୍ୟବହାର କରି ସାଇବର ଲୁଟ୍‌

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁରେ ସାଇବର ଲୁଟ୍‌। ଡିଜିଟାଲ୍ ଠକେଇରେ ତାଙ୍କ ନାମ ଓ ପରିଚୟର ଅପବ୍ୟବହାର କରିଥିବା ନେଇ ଭୁବନେଶ୍ୱରର ସାଇବର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଛନ୍ତି।

ଅଭିଯୋଗ ଅନୁଯାୟୀ ସାଇବର ଅପରାଧୀମାନେ ମୋବାଇଲ୍ ନମ୍ବର ସଂଗ୍ରହ କରି ତାଙ୍କ ନାମରେ ଏକ ନକଲି ଇମେଲ୍ ଆଇଡି ତିଆରି କରିବା ସହ ଟଙ୍କା ଦାବି କରି ଅନେକ ଲୋକଙ୍କୁ ଠକିଛନ୍ତି। ତେବେ ଠକମାନେ ଏକ ନିର୍ଦ୍ଦିଷ୍ଟ ମୋବାଇଲ୍ ନମ୍ବର ବ୍ୟବହାର କରୁଛନ୍ତି ଯାହାକୁ ସେ ବ୍ୟବହାର କରନ୍ତି ନାହିଁ କିମ୍ବା ତାଙ୍କୁ ଜାରି କରାଯାଇ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ତେବେ ଅରିନ୍ଦମ ଡାକୁଆ ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ, ଯିଏକି ବର୍ତ୍ତମାନ ପୌର ପ୍ରଶାସନ ନିର୍ଦ୍ଦେଶକ ଏବଂ ଗୃହ ଏବଂ ନଗର ଉନ୍ନୟନ (H&UD) ବିଭାଗରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଅପରପକ୍ଷରେ ବର୍ତ୍ତମାନ ଦୋଷୀମାନଙ୍କୁ ଖୋଜିବା ସହ ଠକେଇର ପରିମାଣ ଆକଳନ କରିବା ପାଇଁ ତଦନ୍ତ ଚାଲିଥିବା ନେଇ ସୂଚନା ମିଳିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL