ଓଡ଼ିଶା

ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ

ଭୁବନେଶ୍ୱର: ରାଜ୍ୟରେ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସୂଚନା। କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ରେ ମାଓବାଦୀ ସକ୍ରିୟ ଅଛନ୍ତି। ଏହି ୬ଟି ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି। ୫ ବର୍ଷରେ ୪୮ ମାଓବାଦୀ ନିହତ ହୋଇଛନ୍ତି ଏବଂ ୭୮ ମାଓବାଦୀ ଗିରଫ ହୋଇଛନ୍ତି।

ସେହିପରି ୮୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୫ ମସିହାରେ ୨୫ ମାଓ କ୍ୟାଡରଙ୍କୁ ନିପାତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ଆତ୍ମସମର୍ପଣ କଲା କୁଖ୍ୟାତ ନକ୍ସଲ ନେତା ମଲ୍ଲା ରାଜି ରେଡ୍ଡି। କେବଳ ସେ ଏକା ନୁହେଁ ତା ସହ ୫୦ ଜଣ ସମର୍ଥକ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଆଉ ଜଣେ କେନ୍ଦ୍ରୀୟ କମିଟି ନେତା, ଦେବଜୀ ଓରଫ ତ୍ରିପାରୀ ତିରୁପତି ମଧ୍ୟ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଲାଲ ଆତଙ୍କକୁ ଦୂର କରିବା ପାଇଁ ସୁରକ୍ଷା ବାହିନୀ ଦେଶବ୍ୟାପୀ ଅପରେସନ ବ୍ଲାକ ଫରେଷ୍ଟ-୨ ଜାରି ରଖିଥିବା ବେଳେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଗତ ତିନି ଦିନ ଚାରି ଦିନ ତଳେ କେରାଗୁଟ୍ଟା ଜଂଗଲରେ ଅପରେସନ ବ୍ଲାକ ଫରେଷ୍ଟ-୨ ଆରମ୍ଭ ହୋଇଥିବା ବେଳେ ନକ୍ସଲ ଆଉ କାରେଗୁଟ୍ଟା ଜଂଗଲରେ ସୁରକ୍ଷିତ ନଥିବା ଜାଣିବା ପରେ ଆତ୍ମସମର୍ପଣ କରୁଥିବା କୁହାଯାଉଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL