ଓଡ଼ିଶା

ବିଶ୍ୱବିଦ୍ୟାଳୟ ଦାବିରେ ରାସ୍ତାରେ ଶୈଳବାଳା ଛାତ୍ରୀ

କଟକ : ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଘୋଷଣା ନକରିବା ପ୍ରତିବାଦରେ ଛାତ୍ରୀଙ୍କ ତୀବ୍ର ଅସନ୍ତୋଷ। କଲେଜରେ କ୍ଲାସ ବନ୍ଦ କରି ପ୍ରତିବାଦରେ ବସିଲେ ଛାତ୍ରୀ। କଲେଜରେ ପୁଲିସ୍ ମୃତୟନ।
ଚାରିଟି ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିଲା କିନ୍ତୁ ବାଦ୍ ପଡ଼ିଗଲା ଶୈଳବାଳା ମହିଳା ମହାବିଦ୍ୟାଳୟ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରୀମାନେ। ସେମାନଙ୍କର ଅଭିଯୋଗ ଯେ, ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟକୁ ବର୍ଷ ବର୍ଷ ଧରି ଅଣଦେଖା କରାଯାଉଛି। ଦୀର୍ଘ ଦିନ ଧରି ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ କରାଯାଉଥିବା ଦାବୀ ପୂରଣ ହୋଇ ପାରୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ବିଗତ କିଛି ଦିନ ମହାବିଦ୍ୟାଳୟର ଛାତ୍ରୀ ମାନେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ ଜାରି ରଖିଥିବା ବେଳେ, ଆଜି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବା ସହିତ, ସାଇନ୍ସ ବ୍ଲକ୍ ତାଲା ପକାଇ ଦେଇଥିଲେ ଆନ୍ଦୋଳନରତ ଛାତ୍ରୀ। ଏହାସହ ଆଗକୁ ଆନ୍ଦୋଳନ ତୀବ୍ର କରିବା ପାଇଁ ଚେତାବନୀ ଦେଇଛନ୍ତି।
ଶୈଳବାଳା ମହିଳା ମହାବିଦ୍ୟାଳୟ ୧୧୩ ବର୍ଷରେ ପଦାର୍ପଣ କରି ସାରିଥିବା ବେଳେ, ଏହି ଶିକ୍ଷାନୁଷ୍ଠାନ ପରେ ଖୋଲିଥିବା ମହାବିଦ୍ୟାଳୟଗୁଡ଼ିକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି। କିନ୍ତୁ ଶୈଳବାଳା କ୍ଷେତ୍ରରେ ଏତେ ଅବିଚାର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL