ଜାତୀୟ

ଟିଭି ଭଲ୍ୟୁମ୍ କମ୍ କରିବାକୁ କହିଲେ ସ୍ଵାମୀ, ମାରିଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳଗିରିର ଟିଡକୋ ହାଉସିଂ କଲୋନିରେ ରହୁଥିବା ୨୭ ବର୍ଷୀୟ ଶେଖ ଅହମ୍ମଦଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଛନ୍ତି। ଜଣେ ଏସି ମେକାନିକ୍ ଶେଖ ଅହମ୍ମଦ ତାଙ୍କ ସ୍ତ୍ରୀଙ୍କ ସହିତ ରହୁଥିଲେ। ଘଟଣା ଦିନ ଅହମ୍ମଦ ତାଙ୍କ ସ୍ତ୍ରୀଙ୍କୁ ଟିଭିର ଭଲ୍ୟୁମ୍ କମ କରିବାକୁ କହିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଘରେ ରଖାଯାଇଥିବା ଏକ ଛୁରୀରେ ତାଙ୍କ ସ୍ୱାମୀଙ୍କ ଉପରେ ଆକ୍ରମଣ କରିଥିଲେ।

ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଏବଂ ଅତ୍ୟଧିକ ରକ୍ତସ୍ରାବ ହେଉଥିବା ଦେଖି ଅହମଦଙ୍କୁ ତୁରନ୍ତ ବିଜୟୱାଡା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ। କିନ୍ତୁ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଆଘାତ ଏତେ ଗୁରୁତର ଥିଲା ଯେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍‌ ଏହି ଘଟଣାରେ ଏକ ମାମଲା ରୁଜ୍ଜୁ କରିଥିବାବେଳେ ଅଭିଯୁକ୍ତ ସ୍ତ୍ରୀକୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL