ଓଡ଼ିଶା

ଓଡିଶା ସମେତ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, SIR ପାଇଁ କରନ୍ତୁ ପ୍ରସ୍ତୁତି

ନୂଆଦିଲ୍ଲୀ ୧୯।୨: ନିର୍ବାଚନ କମିଶନ ଗୁରୁବାର ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ବିଶେଷ ଗହନ ପୁନରିକ୍ଷଣ (ଏସଆଇଆର) ନିମନ୍ତେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଏହି ପ୍ରକ୍ରିୟା ଏପ୍ରିଲ ମାସରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଥରେ ଏହି ପ୍ରକ୍ରିୟା ପୁରା ହୋଇଗଲେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏସଆଇଆର ଅଧିନକୁ ଆସିଯିବେ। ବିହାରରେ ଏସଆଇଆର ଶେଷ ହୋଇସାରିଥିବା ବେଳେ ୯ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ପ୍ରଦେଶରେ ଏହି ପ୍ରକ୍ରିୟା ଏବେ ଜାରି ରହିଛି।

ଏବେ ଯେଉଁସବୁ ରାଜ୍ୟରେ ଏସଆଇଆର ହେବ ସେଥିରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଅଋଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦରା ଓ ନଗର ହାଭେଲୀ, ଡାମନ ଓ ଡ୍ୟୁ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଲଦ୍ଦାଖ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ ଦିଲ୍ଲୀ, ପଞ୍ଜାବ, ସିକ୍କିମ, ତ୍ରିପୁରା, ତେଲେଙ୍ଗାନା ଓ ଉତ୍ତରାଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଏ ବାବଦେ ପତ୍ର ଲେଖିଛନ୍ତି। ନିର୍ବାଚନ ପ୍ରାଧିକରଣ ପତ୍ରରେ କହିଛନ୍ତି ଯେ ଭୋଟର ଲିଷ୍ଟର ଅଖିଳ ଭାରତୀୟ ଏସଆଇଆର ଆଦେଶ ଗତବର୍ଷ ଜୁନରେ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟଯେ ଫେବୃଆରୀ ୧୩ ତାରିଖ ଦିନ ଉତ୍ତରପ୍ରଦେଶରେ ଭୋଟରଲିଷ୍ଟ ପୁନରୀକ୍ଷଣ ଫର୍ମ ୭ର କଥିତ ଦୂରୁପଯୋଗକୁ ନେଇ ଏକ ମାମଲାର ଶୁଣାଣି ଗୁରୁବାର ସୁ୍ପ୍ରିମକୋର୍ଟରେ ହୋଇଛି। ଜନୈକ ଓକିଲ ସୁ୍ପ୍ରିମକୋର୍ଟ ମୁଖ୍ୟ ବିଚାରପତି (ସିଜେଆଇ)ଙ୍କ ନିକଟରେ କିଛି ଲୋକେ ଫର୍ମ ୭ରୁ ଭୁଲ ଉପଯୋଗ କରି ଲୋକଙ୍କ ନାମ ଭୋଟର ଲିଷ୍ଟରୁ କଟାଇଥିବା ଅଭିଯୋଗ କରିଛନ୍ତି। ଏମିତିରେ ଫର୍ମ ୭ ଭୋଟର ଲିଷ୍ଟରେ ନାମ ଚଢାଇବାକୁ ଅଥବା ବଦଳାଇବାକୁ ଉପଯୋଗ କରାଯାଏ। ହେଲେ ଓକିଲ ଦାବି କରିଛନ୍ତି ଯେ ଏହି ନିୟମର ଭୁଲ ଉପଯୋଗ କରି ଅନେକ ଲୋକଙ୍କ ନାମ ଭୋଟର ଲିଷ୍ଟରୁ ହଟାଇ ଦିଆଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL