ଓଡ଼ିଶା

ସାତମାରି ପାହାଡରେ ମାଓକ୍ୟାମ୍ପ, କମ୍ବିଂ ଅପରେସନ ଜାରି

ନୂଆପଡ଼ା : ମାଓ ଦମନ ଅଭିଯାନରେ ବଡ଼ ସଫଳତା ।  ପାହାଡ଼ରୁ ଠାବ ହେଲା ମାଓକ୍ୟାମ୍ପ ।  ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମେନପୁର ଥାନା ସାତମାରି ପାହାଡରେ ମାଓକ୍ୟାମ୍ପ ଠାବ ହୋଇଛି ।  ନୂଆପଡ଼ା ଡିଭିଜନ ମାଓ ସଂଗଠନ ଦ୍ଵାରା ମାଟିତଳେ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଲୁଚାଇଥିବା ଖବର ଜଣାପଡ଼ିଥିଲା। ସାତମାରି ପାହାଡ଼ରେ ମାଓକ୍ୟାମ୍ପ ନେଇ ଗୁଇନ୍ଦା ସୂଚନା ମିଳିଥିଲା ।  ସୂଚନା ପରେ ଗରିଆବନ୍ଧ ଜିଲ୍ଲା ଇ-୩୦ ପୁଲିସ ଟିମ୍ ପକ୍ଷରୁ ପାହାଡ଼ରେ ସର୍ଚ୍ଚ ଅପରେସନ କରାଯାଇଥିଲା। ମାଓକ୍ୟାମ୍ପରୁ ବନ୍ଧୁକ,ମାଗାଜିନ୍ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ଯବାନ। ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ କମ୍ବିଂ ଅପରେସନ ଜାରି ରହିଥିବା ଗରିଆବନ୍ଧ ଏସପି ସୂଚନା ଦେଇଛନ୍ତି ।.

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL