ଜାତୀୟ

ଦିଲ୍ଲୀର କିଛି ସ୍କୁଲକୁ ବୋମା ଧମକ, ତଦନ୍ତ କରୁଛି ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀର କେତେକ ସ୍କୁଲକୁ ପୁଣି ବୋମା ଧମକ ଖବର ସାମ୍ନାକୁ ଆସିଛି । ସ୍କୁଲ ପ୍ରଶାସନ ପକ୍ଷରୁ ପୋଲିସକୁ ଏହି ଧମକ ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିସରକୁ ଘେରାବନ୍ଦୀ କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ଟିମ୍ ସମେତ ବୋମା ନିଷ୍କ୍ରିୟକାରୀ ଦଳ ଏବଂ କୁକୁର ଟିମ୍ ପକ୍ଷରୁ ସ୍କୁଲ ପରିସରର ସମ୍ପୂର୍ଣ୍ଣ ତଲାସୀ କରାଯାଇଥିଲା ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ପୂର୍ବରୁ ଦକ୍ଷିଣ ଦିଲ୍ଲୀର ଅନେକ ସ୍କୁଲକୁ ମଧ୍ୟ ବୋମା ଧମକ ମିଳିଥିଲା । କିନ୍ତୁ ତଦନ୍ତରୁ କିଛି ସନ୍ଦେହଜନକ ଜିନିଷ ମିଳିନଥିଲା । ପୂର୍ବରୁ ବୋମା ଧମକ ପାଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ଲୋରେଟୋ କନଭେଣ୍ଟ ସ୍କୁଲ ଦିଲ୍ଲୀ କେଣ୍ଟ, କେମ୍ବ୍ରିଜ ସ୍କୁଲ ଶ୍ରୀନିବାସନ ପୁରୀ, ଭେଙ୍କଟେଶ୍ୱର ସ୍କୁଲ ରୋହିଣୀ, କେମ୍ବ୍ରିଜ ସ୍କୁଲ NFC, ଇଣ୍ଡିଆନ୍ ସ୍କୁଲ ସାଦିକ୍ ନଗର, CM ଶ୍ରୀ ରୋହିଣୀ, DTA ସ୍କୁଲ INA, ବାଲ୍ ଭାରତୀ ସ୍କୁଲ ରୋହିଣୀ, ବନସ୍ଥଳୀ ସ୍କୁଲ ଏବଂ ନ୍ୟୁ ରାଜେନ୍ଦ୍ର ନଗର ସାମିଲ ଥିଲା ।

ସେପଟେ ଅନ୍ୟ ରାଜ୍ୟର ସ୍କୁଲଗୁଡ଼ିକୁ ମଧ୍ୟ ବୋମା ଧମକ ମିଳିଛି । ରାଜସ୍ଥାନର ଜୟପୁରର ମାନସରୋବର ଅଞ୍ଚଳର ମଡର୍ଣ୍ଣ ବିଦ୍ୟାଳୟକୁ ବୁଧବାର ଦିନ ବୋମା ଧମକ ଇମେଲ୍ ମିଳିଥିଲା । ପଞ୍ଜାବ ମୋହାଲିର ୧୬ଟି ଘରୋଇ ସ୍କୁଲକୁ ମଧ୍ୟ ବୋମା ଧମକ ଇମେଲ୍ ମିଳିଥିଲା । ଫଳରେ ସ୍କୁଲଗୁଡ଼ିକୁ ତୁରନ୍ତ ଖାଲି କରିବାକୁ କୁହାଯାଇଥିଲା । କିନ୍ତୁ ତଦନ୍ତ ପରେ ମଧ୍ୟ କୌଣସି ସ୍ଥାନରେ କିଛି ବିସ୍ଫୋରକ ଜିନିଷ ମିଳିନଥିଲା । ଏହି ସମୟରେ ପାଟନା ସିଭିଲ୍ କୋର୍ଟକୁ ଗତ ତିନି ଦିନ ମଧ୍ୟରେ ବୋମା ଧମକ ମିଳିଛି । ହେଲେ ତଦନ୍ତରେ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL