ଓଡ଼ିଶା

ଅଙ୍ଗନବାଡ଼ିରେ ଦଳିତ କର୍ମୀଙ୍କୁ ବିରୋଧ : ସ୍ଥିତି ପରଖିଲେ କଂଗ୍ରେସ ଜିଲ୍ଲା ସଭାପତି

ରାଜନଗର : ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକାଙ୍କ ନିଯୁକ୍ତି ବିରୋଧ ଘଟଣାରେ ସ୍ଥିତି ପରଖିଛି କଂଗ୍ରେସ। ଘଟଣାସ୍ଥଳରେ ଜିଲ୍ଲା ସଭାପତିଙ୍କ ସହ କଂଗ୍ରେସର ଏକ ଦଳ ପହଞ୍ଚି ଆଲୋଚନା କରିଛନ୍ତି।

କଂଗ୍ରେସ ଜିଲ୍ଲା ସଭାପତି ଡାକ୍ତର ଦେବସ୍ମିତା ଶର୍ମା ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ଅଙ୍ଗନବାଡି କର୍ମୀ,ସହାୟିକା ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଆଜିର ଦିନରେ ଏଭଳି ଜାତି ବ୍ୟବସ୍ଥା ରହିବା ଉଚିତ ନୁହେଁ ବୋଲି ଗ୍ରାମବାସୀଙ୍କୁ କହିଛନ୍ତି ଡକ୍ଟର ଶର୍ମା। ଏହାସହ ପିଲାମାନଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ପଠାଇବା ପାଇଁ ସେ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି। ଗତକାଲି କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଥିବା ମଧ୍ୟ ଗ୍ରାମବାସୀଙ୍କୁ କହିଛନ୍ତି। ଡାକ୍ତର ଶର୍ମାଙ୍କ ସହିତ ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ରାଉତ ଓ ବରିଷ୍ଠ ନେତା ଦାମୋଦର ବିଶ୍ୱାଳ ସାମିଲ ଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL