ଓଡ଼ିଶା

କିନ୍ନର ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର

ଭୁବନେଶ୍ବର: ପୁରୀ ପୋଲିସର ବଡ ସଫଳତା ।  କିନ୍ନର ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର ।  କୋଣାର୍କର କୁଖ୍ୟାତ ଚୋର ୨୫ ବର୍ଷୀୟ କ୍ରିଷ୍ଣା କାଣ୍ଡି କୁ ଏନକାଉଣ୍ଟର କରିଛି ପିପିଲି ପୋଲିସ । ପୁରୀ – ଭୁବନେଶ୍ୱର ଜାତୀୟ ରାଜ ପଥ ପିପିଲି ଠାରେ ଏନକାଉଣ୍ଟର । ଅଭିଯୁକ୍ତ ର ବାମ ଗୋଡରେ ଲାଗିଛି ଗୁଳି ! ତାକୁ କଟକ ଏସସିବିକୁ ସ୍ଥନାନ୍ତର କରାଯାଇଛି। ଚୋରି ଉଦେଶ୍ୟରେ କରିଥିଲା ହତ୍ୟା । ହତ୍ୟା ପରେ ଫେରାର ହୋଇ ଯାଇ ଥିଲା। ପିପିଲି ପୋଲିସ ପିଛା କଲା ବେଳେ ଖସି ଯିବାକୁ ଉଦ୍ୟମ କରୁଥିଲା କ୍ରିଷ୍ଣା କାଣ୍ଡି।

ଏନକାଉଣ୍ଟର ନେଇ ପିପିଲି ଥାନା ଆଇଆଇସି ସୌମେନ୍ଦୁ ତ୍ରିପାଠୀ ସୂଚନା ଦେଇଛନ୍ତି। କ୍ରିଷ୍ଣା କାଣ୍ଡି ଜଣେ ଅଭ୍ୟାସଗତ ଅପରାଧୀ ଓ ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଅନ୍ୟପଟେ କିନ୍ନର ହତ୍ୟା ମାମଲାରେ ପ୍ରତିଦିନ କିନ୍ନରଙ୍କୁ ଥାନାକୁ ଡକାଇ ଜେରା କରୁଛି ପିପିଲି ପୋଲିସ। ଅଞ୍ଜଳି ମର୍ଡର ପଛରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ଓ ତଦନ୍ତ ଜାରି ରହିଥିବା କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ। ଗତ ଜାନୁଆରୀ ୧ତାରିଖରେ ସିଫା ନିକଟରେ କିନ୍ନର ଅଞ୍ଜଳିଙ୍କୁ ଅମାନୁଷିକ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଥିଲା ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL