ଓଡ଼ିଶା

କୃମି ନାଶକ ବଟିକା ଖାଇ ୩୮ ଛାତ୍ରଛାତ୍ରୀ ଅସୁସ୍ଥ

ଯାଜପୁର: ଜାତୀୟ କୃମି ନାଶକ ଦିବସ ଅବସରରେ ବିଦ୍ୟାଳୟରେ ଦିଆଯାଇଥିବା ବଟିକା ଖାଇ ୩୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କୁ କୃମି ନାଶକ ବଟିକା ଦିଆଯାଇଥିଲା। ଔଷଧ ସେବନ କରିବାର କିଛି ସମୟ ମଧ୍ୟରେ ପିଲାମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା।

ସୂଚନାଥାଉକି, ଶିକ୍ଷକ ଓ ଅଭିଭାବକମାନେ ତୁରନ୍ତ ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଛାତ୍ରଛାତ୍ରୀ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସୂଚନାନୁସାରେ, ସମସ୍ତ ପିଲା ଏବେ ବିପଦମୁକ୍ତ ଅଛନ୍ତି । ସମସ୍ତଙ୍କୁ ଆବଶ୍ୟକୀୟ ଇଞ୍ଜେକ୍ସନ ଓ ତରଳ ପଦାର୍ଥ ପ୍ରଦାନ କରାଯାଇଛି।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL