ଓଡ଼ିଶା

ବଢ଼ିଲା ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ ଡାକ୍ତର ମାନଙ୍କ ଅବଦାନ ପ୍ରତି ଗୁରୁତ୍ବଦେଇ ତଥା ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଏନଏଚଏମରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା ବରିଷ୍ଠତା ଭିତ୍ତିରେ ମାସକୁ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

୫ବର୍ଷରୁ କମ ସମୟ ଅବଧି ପାଇଁ ସେବାରତ ଆୟୁଷ ଡାକ୍ତର ମାନଙ୍କ ଦରମା ମାସକୁ ୨୦ ହଜାର ଟଙ୍କା ବୃଦ୍ଧି ପାଇଛି। ଏହାଦ୍ବାରା ସେମାନଙ୍କ ସର୍ବନିମ୍ନ ଦରମା ୫୬, ୯୪୮ ଟଙ୍କା ହୋଇଛି। ସେହିପରି ୫ରୁ ୧୦ ବର୍ଷ  ମଧ୍ୟରେ ସେବା କରିଥିବା ଡାକ୍ତରମାନଙ୍କ ଦରମା ମାସକୁ ୨୫ ହଜାର ବୃଦ୍ଧି ପାଇଁ ୭୪,୪୬୭ ଟଙ୍କାରେ ପହଞ୍ଚିଛି।  ୧୦ରୁ ୧୫ ବର୍ଷ ସେବା ପାଇଁ ମାସକୁ ୩୦ ହଜାର ଟଙ୍କା ବୃଦ୍ଧିପାଇ ୮୦,୪୬୭ ହୋଇଥିବ ବେଳେ, ୧୫ ବର୍ଷରୁ ଉର୍ଦ୍ଧ୍ବସେବା ପାଇଁ ଆୟୁଷ ଡାକ୍ତରମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ପାଇ ୯୧, ୪୬୭ ଟଙ୍କାରେ ପହଞ୍ଚିଛି।

ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୨୯୧୨ ଜଣ ଆୟୁଷ ଡାକ୍ତର ନିୟୋଜିତ ଅଛନ୍ତି ଏବଂ ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାର ବର୍ଷକୁ ପ୍ରାୟ ୧ କୋଟି ଟଙ୍କା ଅଧିକ ବ୍ୟୟ କରିବେ।  ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟରେ ଆୟୁଷ ସ୍ବାସ୍ଥ୍ୟସେବାରେ ଅଧିକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL