ଓଡ଼ିଶା

ଆନ୍ଦୋଳନକୁ ଓହ୍ଲାଇବେ ବିଦ୍ୟୁତ୍ କର୍ମଚାରୀ

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ସଂଗ୍ରାମ ମହାମଞ୍ଚ। ସୋମବାରଠାରୁ ୧୩ ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିବେ। ୧୩ ତାରିଖ ଦିନ ଟିପିସିଓଡିଏଲର ୨୦ଟି ଡିଭିଜନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୧୭ରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା ଚାଲୁ ରହିବ।

କର୍ମଚାରୀଙ୍କଠାରୁ ଇଞ୍ଜିନିୟରଙ୍କ ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ସଫଳ କରିବାକୁ ମହାମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି। କର୍ମଚାରୀଙ୍କ ଇପିଏଫ୍ ଟଙ୍କା ପଇଠ ନହେବା, ମୂଳସ୍ତରର ପଦବୀ ପୂରଣ ନ କରିବା, ଅଯଥା କର୍ମଚାରୀଙ୍କୁ ଛଟେଇ କରାଯିବା ପ୍ରତିବାଦରେ ମହାମଞ୍ଚ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ନିଷ୍ପତ୍ତି ହୋଇଛି।

ଏ ସଂକ୍ରାନ୍ତରେ ଶକ୍ତି ସଚିବ, ଶ୍ରମ ଆୟୁକ୍ତ, ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷଙ୍କୁ ପତ୍ର ଲେଖାଯାଇଥିଲେ ବି କିଛି ସୁଫଳ ମିଳିନଥିବା ମହାମଞ୍ଚର ଆବାହକ ଶରତ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି। ୯ଟି ସଂଘର ନେତୃବୃନ୍ଦ ଓ ବହୁ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସର୍ବସମ୍ମତିକ୍ରମେ ବିକ୍ଷୋଭ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

 

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL