ଓଡ଼ିଶା

ଭାରତ ଆମେରିକା ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ କଣ ଫାଇଦା ମିଳିବ, ସେ ନେଇ ଆଜି ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଏକ ନୂଆ ପରିଚୟ ପ୍ରଦାନ କରିବ। ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡ଼ିଶା ଖାଦ୍ୟର ଚାହିଦା ବୃଦ୍ଧି ଘଟିବ। ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବଢିବ। ଫଳରେ ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବ। ଓଡ଼ିଶା ‘ବ୍ଲୁ-ଇକୋନୋମି’ର ଏକ ପ୍ରମୁଖ କେନ୍ଦ୍ର ପାଲଟିବ। ସବୁଠି ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଆଧୁନିକ ରେଡିମେଡ୍‌ ପୋଷାକ ପହଞ୍ଚିବ। ଶୁଳ୍କ କୋହଳ ହେବା କାରଣରୁ ରପ୍ତାନି ସହଜ ହେବ। ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ। ବିଶ୍ୱ ଦରବାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ। ସମ୍ବଲପୁରୀ ଓ ଅନ୍ୟାନ୍ୟ ହସ୍ତତନ୍ତ ଆମେରିକା ବଜାରରେ ପ୍ରବେଶ ସହଜ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL