ଓଡ଼ିଶା

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ..

ଭୁବନେଶ୍ବର: ଭୁବନେଶ୍ୱରରେ ଶନିବାର ଭୋର ସମୟରେ ଦୁର୍ବୃତ୍ତମାନେ ଖଣ୍ଡାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଉକ୍ତ ଯୁବକ ଗୁରୁତର ଆହତ ହୋଇଛନ୍ତି।

ଚିଣ୍ଟୁ ନାମକ ପୀଡିତ ବ୍ୟକ୍ତି ରାଜଧାନୀର ପାତ୍ରପଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।ପ୍ରାଥମିକ ସୂଚନା ଅନୁଯାୟୀ, ଖଣ୍ଡଗିରି ମେଳାରେ ଯାତ୍ରା ପ୍ରଦର୍ଶନ ଦେଖି ଚିଣ୍ଟୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଏମ୍ସ ଭୁବନେଶ୍ୱର ରାସ୍ତାରେ ପିଛା କରି ଖଣ୍ଡା ସାହାଯ୍ୟରେ ନିର୍ମମ ଆକ୍ରମଣ କରିଥିଲେ। ତେବେ ପୂର୍ବ ଶତ୍ରୁତା ଯୋଗୁଁ ଏହି ମରଣାନ୍ତକ ଆକ୍ରମଣ ହୋଇଥାଇପାରେ। ଯଦିଓ ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସ୍ଥାନୀୟ ବାସିନ୍ଦା ମାନେ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରକୁ ପଠାଇଥିବା ଜଣାପଡ଼ିଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ସ୍କାନ କରୁଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL