ଜାତୀୟ

୧୧ ବର୍ଷୀୟ ପୁଅର ବେକ କାଟି ହତ୍ୟା କଲା ମାଆ

ପୁଣେ: ମହାରାଷ୍ଟ୍ର ପୁଣେ ବାଘୋଲୀରେ ଜଣେ ମହିଳା ନିଜ ୧୧ ବର୍ଷୀୟ ପୁଅର ବେକ କାଟି ହତ୍ୟା କରିଛନ୍ତି। ମଙ୍ଗଳବାର ସକାଳେ ବାଘୋଲୀର ଏକ କଲୋନୀରେ ଏମିତି ଘଟଣା ଘଟିଛି। ପୁଲିସ ସୂଚନା ଅନୁସାରେ ମହିଳା ଜଣକ କୌଣସି ଏକ ଧାରୁଆ ଅସ୍ତ୍ରରେ ନିଜ ପୁଅର ଗଳା କାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ସମୟରେ ମହିଳା ନିଜ ୧୩ ବର୍ଷର ନାବାଳିକା ଝିଅ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଝିଅର ଚିତ୍କାର ଶୁଣି ପଡୋଶୀ ଘରେ ପହଞ୍ଚିବା ପରେ ନାବାଳିକାର ଜୀବନ ବଞ୍ଚି ଯାଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମହିଳା କାହିଁକି ଏଭଳି ପଦକ୍ଷେପ ଉଠାଇଲେ ସେ ନେଇ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ। ତେବେ ପାରିବାରିକ କଳହ ଯୋଗୁଁ ଏଭଳି ଘଟିଥିବା ଅନୁମାନ କରାଯାଉଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL