ଓଡ଼ିଶା

ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରୁ ହଟିଲା କଟକଣା

ଭୁବନେଶ୍ୱର: ସାଧାରଣ ଜନତାଙ୍କ ତୀବ୍ର ସମାଲୋଚନା ପରେ କୋରାପୁଟ ପ୍ରଶାସନ ରବିବାର ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରୁ କଟକଣା ହଟାଦେଇଛନ୍ତି।

“କୋରାପୁଟ ଜିଲ୍ଲାରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ମାଂସ, କୁକୁଡ଼ା, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ନିରାମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ ନିଷେଧ ସମ୍ପର୍କରେ ଗତ ୨୩ ତାରିଖରେ ନିର୍ଦ୍ଦେଶ ଜାରି କରିଥିଲେ ଜିଲ୍ଲାପାଳ। ଏପରିକି ଉକ୍ତ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଭାବରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପ୍ରସ୍ତୁତି କମିଟିର ପରାମର୍ଶ ଉପରେ ଜାରି କରାଯାଇଥିଲା ବୋଲି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ଉପଯୁକ୍ତ ବିଚାର ପରେ, ୨୩.୦୧.୨୦୨୬ ତାରିଖର ଉପରୋକ୍ତ ଚିଠି ନମ୍ବର ୯୩ ତୁରନ୍ତ ପ୍ରଭାବରୁ ପ୍ରତ୍ୟାହାର କରାଯାଉଛି” ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।

ଯାହାକୁ ନେଇ ସାଧାରଣ ଜନତା ପ୍ରଶ୍ନ ଉଠାଇଥିଲା ବେଳେ ତୀବ୍ର ସମାଲୋଚନା କରିଥିଲେ। ପରେ ଗଣମାଧ୍ୟମ ସହିତ ଆଲୋଚନା ବେଳେ ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ ଯେ ପ୍ରସ୍ତୁତି ବୈଠକ ସମୟରେ ବହୁ ସଂଖ୍ୟକ ଲୋକଙ୍କ ଦ୍ୱାରା ପ୍ରକାଶିତ ଦାବି ଉପରେ ଆଧାର କରି ଗଣତନ୍ତ୍ର ଦିବସରେ ମାଂସ ଖାଦ୍ୟ ଉପରେ ନିଷେଧାଦେଶ ନିଷ୍ପତ୍ତି ନିଆଯାଇଥିଲା। ତେବେ ବର୍ତ୍ତମାନ “ପ୍ରଶାସନ ଜନସାଧାରଣଙ୍କ ଇଚ୍ଛା ଅନୁଯାୟୀ ଏହି ନିଷ୍ପତ୍ତି ନେଇଛି,” ବୋଲି ସେ ଉଲ୍ଲେଖ କରିଥିଲେ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL