ଓଡ଼ିଶା

ମେଳାକୁ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୨ ଜୀବନ

ରାଇଘର : ପଡ଼ୋଶୀ ଛତିଶଗଡ଼ ଅନ୍ତର୍ଗତ ପାଖଞ୍ଜର ଠାରେ ଆୟୋଜିତ ମେଳାକୁ ଯାଉଥିବା ଏକ ଯାତ୍ରୀବାହୀ ଗାଡ଼ି କୋମଲପୁର ନିକଟରେ ଦୁର୍ଘଟଣାର ସାମ୍ନା କରିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛିl ମୃତକମାନେ ହେଲେ ମାଳତୀ ମଜୁମଦାର ଏବଂ ଓମ୍‌ ପ୍ରକାଶ।

ଗୁରୁତରମାନଙ୍କୁ ପ୍ରଥମେ ସ୍ଥାନୀୟ ଏକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୧୨ ଜଣଙ୍କର ଚିକିତ୍ସା ଜାରି ରହିଛି। ଗାଡ଼ିଟି ଦ୍ରୁତଗତିରେ ଯାଉଥିବାରୁ ଭାରସାମ୍ୟ ହରାଇଥିବା କିଛି ଯାତ୍ରୀ ପ୍ରକାଶ କରିଛନ୍ତିl ଏହି ଘଟଣା ପାଇବା ପରେ ସମ୍ପର୍କୀୟମାନେ ମେଡିକାଲରେ ପହଂଚିବା ପରେ ପରିବେଶ ଶୋକାକୁଳ ସୃଷ୍ଟି ହୋଇଛିl କିଛି ଆହତ ଗୁରୁତର ଥିବାରୁ ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛିl

aduser

About Author

LOKA SAMACHAR @2026. All Rights Reserved || Developed By CBSPL