ଓଡ଼ିଶା

ସଡକ ଦୁର୍ଘଟଣାରେ ଚାଲିଗଲା ୨ ଭାଇଙ୍କ ଜୀବନ

ଗୁଣୁପୁର : ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିମାମୋଡା ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ନାମ ମୁନା କିମ୍ବାକା ଏବଂ କୃଷ୍ଣ କିମ୍ବାକା ବୋଲି ଜଣାପଡ଼ିଛି। ସେମାନେ ଗୁଡାରି ବ୍ଲକର ନୀଳଗୁଡ଼ା ଗ୍ରାମର ବାସିନ୍ଦା। ସୂଚନା ଅନୁଯାୟୀ, ଦୁହେଁ କୌଣସି କାମରେ ଗୁଣୁପୁର ଯାଇ ଘରକୁ ଫେରୁଥିବା ସମୟରେ ନିୟନ୍ତ୍ରଣ ହରାଇବାରୁ ଲିମାମୋଡା ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ବାସିନ୍ଦା ଆହତମାନଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବାଇକ ଆରୋହୀ ଦ୍ରୁତ ଗତିରେ ଗାଡ଼ି ଚଲାଇବା ସମୟରେ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା।

aduser

About Author

LOKA SAMACHAR @2026. All Rights Reserved || Developed By CBSPL