ଓଡ଼ିଶା

ପିକଅପ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା: ଚାଲିଗଲା ୨ ଜୀବନ, ୨ ଗୁରୁତର

କଲମପୁର:କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଶିଶୁ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ ପିକଅପ ଗାଡି ଜୟପାଟଣା ରୁ ବାନେର ପଟ କୁ ଆସୁଥିବା ବେଳେ ପ୍ରଥମେ ସଦଗୁରୁ ପେଟ୍ରୋଲ ଟ୍ୟାଙ୍କି ନିକଟରେ ଜଣେ ଶିକ୍ଷକ ଙ୍କୁ ଧକ୍କା ଦେଇଥିଲା। ପୁର୍ନବାର ଗୀତାଭବନ ନିକଟରେ ସିନ୍ଦକାଗୁଡା ରୁ ବଡକର୍ଲାକୋଟ କୁ ଯାଉଥିବା ଗୋଟିଏ ମୋଟର ସାଇକେଲକୁ ଧକ୍କା ଦେଇଥିଲା।

ଏଥିରେ ସିନ୍ଦକାଗୁଡା ଗାଁର ରଞ୍ଜନ ପ୍ରଭା ମାଝୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଦିଅର କୁମୁଦ ମାଝୀ ଏବଂ ଦୁଇ ବର୍ଷିୟ ଶିଶୁ ପୁତ୍ର ବରୁଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଜୟପାଟଣା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ମୃତକଙ୍କ ପରିବାର କୁ କ୍ଷତିପୂରଣ ଦାବି କରାଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL