ଜାତୀୟ

ଜେଲରେ ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତ

ନୂଆଦିଲ୍ଲୀ : ଦେବରିୟା ଜିଲ୍ଲା ଜେଲରେ ବନ୍ଦୀ ଥିବା ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ଫଳରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଦେଓରିଆ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଗତକାଲି ରାତି ପ୍ରାୟ ୨ଟା ସମୟରେ ଡାକ୍ତରମାନେ ତାଙ୍କୁ ଗୋରଖପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ସେ ସମ୍ଭାବ୍ୟ ହୃଦଘାତର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି।

ଗତ ୪ ଦିନ ପୂର୍ବରୁ ୟୁପି କଂଗ୍ରେସ ସଭାପତି ଅଜୟ ରାୟ ଅମିତାଭ ଠାକୁରଙ୍କ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ଦାବି କରିଥିଲେ ଯେ ଅମିତାଭ ଠାକୁର ଜେଲରେ ମଧ୍ୟ ଦୁର୍ବ୍ୟବହାର ଏବଂ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ଅବସ୍ଥା ବହୁତ ସଙ୍କଟାପନ୍ନ ରହିଛି। ତାଙ୍କ ଜୀବନ ବିପଦରେ ଅଛି। କିନ୍ତୁ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି। ଗତ ୧୦ ଡିସେମ୍ବରରୁ ପୂର୍ବତନ ଆଇପିଏସ୍ ଅମିତାଭ ଠାକୁର ଦେବରିୟା ଜିଲ୍ଲାରେ ଜେଲରେ ବନ୍ଦୀ ହୋଇ ରହିଛନ୍ତି । ଦେବରିୟା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଜମି ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ସିଜିଏମ କୋର୍ଟରେ ତାଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଥିଲା ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL