ଓଡ଼ିଶା

ଆକ୍ସନ ମୋଡରେ ପ୍ରଶାସନ; ଆମ ବସରେ ବସି ସ୍ଥିତି ପରଖିଲେ ପରିବହନ କମିଶନର

ଭୁବନେଶ୍ୱର: ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ। ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି ଆମ ବସ୍‌ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର। ଆଜି ସେ ମୋ ବସରେ ଚଢି ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ ପରିବହନ କମିଶନର ଅମିତାଭ ଠାକୁର।

ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଗାଡ଼ିର ବେଗ ବୃଦ୍ଧି ନକରି କମ୍ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ବସରେ ଯାତ୍ରା କରୁଥିବା ସମୟରେ ବରିଷ୍ଠ ନାଗରିକ କେଉଁ ପ୍ରକାର ସମସ୍ୟାର ସାମ୍ନା କରୁଛନ୍ତି ସେନେଇ ମଧ୍ୟ ପଚାରି ବୁଝିଛନ୍ତି। ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି।

ବାରମ୍ବାର ଆମ୍ ବସ୍ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକଟ କରିଥିଲେ। ଆମ ବସ ଚାଳକଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିବା ପରେ ପରିବହନ ବିଭାଗ ଏଦିଗରେ ଆବଶ୍ୟକ ପଦକ୍ଷେପ ନେଇଛି। ନିୟମିତ ଚାଳକଙ୍କ ପ୍ରଶିକ୍ଷଣ ଏବଂ ଗାଡ଼ି ଫିଟନେସ ଯାଞ୍ଚ କରାଯାଉଛି । ଚାଳକଙ୍କୁ ଫୁଙ୍କାଇ ଫିଟନେସ କରିଯାଉଛି ।

 

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL