ଅନ୍ତର୍ଜାତୀୟ

ଇରାନରେ ସରକାର ବିରୋଧୀ ହିଂସା; ୭ ମୃତ, ୧୩ ଆହତ

ଇରାନ୍ : ଇରାନରେ ସରକାର ବିରୋଧରେ ଜନସାଧାରଣଙ୍କ କ୍ରୋଧ ପ୍ରକାଶ ପାଇଛି । ଯାହାର ହିଂସା ବର୍ତ୍ତମାନ ଗ୍ରାମଞ୍ଚଳକୁ ବ୍ୟାପିଛି । ଏହି ହିଂସାତ୍ମକ ବିରୋଧରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି । ଯେଉଁଥିରେ ଇରାନର ଅର୍ଦ୍ଧସାମରିକ ବାହିନୀର ଜଣେ ଯବାନ ମଧ୍ୟ ରହିଥିବା ଜଣାପଡିଛି ।

ସୂଚନାନୁଯାୟୀ, ତେହରାନରୁ ଆରମ୍ଭ ହୋଇଥିବା ଏହି ହିଂସାତ୍ମକ ପ୍ରଦର୍ଶନ ଏବେ ଇରାନର ୫୦ ରୁ ଅଧିକ ସହରରେ ପହଞ୍ଚିଛି । ଏହି ପ୍ରତିବାଦଗୁଡିକ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ପରେ ତୀବ୍ର ହୋଇଛି । ତେହେରାନରୁ ୩୦୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ଆଜନା ସହରରେ ସବୁଠାରୁ ହିଂସାତ୍ମକ ସଂଘର୍ଷ ଘଟିଛି । ଯାହା ଏବେ ସୁରକ୍ଷା ବାହିନୀ ଏବଂ ସଶସ୍ତ୍ର ପ୍ରଦର୍ଶନକାରୀ ମଧ୍ୟରେ ଭୟଙ୍କର ସଂଘର୍ଷ ସୃଷ୍ଟି କରିଛି । ୬ ଜଣଙ୍କୁ ଗିରଫ ହୋଇଥିବା ସୂଚନା ମିଳିଛି । ଏଥିସହ ବିଭିନ୍ନ ସହରରେ ୨୦ ଜଣ ଗିରଫ ହୋଇଥିବା କୌଣସି ଏକ ସୂତ୍ରରୁ ଜଣାପଡିଛି । ଏହା ବ୍ୟତୀତ ଆମେରିକା ଓ ୟୁରୋପୀୟ ଲଗାଇଥିବା କଟକଣା ଯୋଗୁଁ ଇରାନର ଆର୍ଥିକ ସ୍ଥିତି ଖରାପ ପରିସ୍ଥିତିରେ ରହିଛି ।

ଏହାରି ମଧ୍ୟରେ ଇରାନ ସରକାରଙ୍କ ମୁଖପାତ୍ର ଫାତିମା ମୋହାଜିରାନି କହିଛନ୍ତି ଯେ, “ମୁଁ ପୁଣି ଥରେ କହିବାକୁ ଚାହୁଁଛି ଯେ, ଯଦି ଆମର ନାଗରିକମାନେ ପ୍ରତିବାଦ କରୁଛନ୍ତି ଏବଂ ଯଦି ସେମାନଙ୍କର ପ୍ରତିବାଦ ଅଧିକ ହିଂସାତ୍ମକ ତେବେ ସେମାନଙ୍କ କଥା ଶୁଣିବା ସରକାରଙ୍କ କର୍ତ୍ତବ୍ୟ ।’’ ଆମେ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ଯଥାସମ୍ଭବ ପ୍ରୟାସ କରିବୁ ବୋଲି ମଧ୍ୟ ସେ କହିଛନ୍ତି ।

ଅନ୍ୟପଟେ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବା ସହ ଆଲୋଚନା ପାଇଁ ଏକ ପରିବେଶ ସୃଷ୍ଟି କରାଯିବ, ଏବଂ ଖୁବ୍ ଶୀଘ୍ର ସମାଜ, ଅର୍ଥନୀତିରେ ସ୍ଥିରତା ଦେଖିବୁ ବୋଲି ମଧ୍ୟ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL