ଓଡ଼ିଶା

ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା, ଜାନୁଆରୀ ୨ରୁ ପ୍ରାକ୍ଟିକାଲ୍

ଭୁବନେଶ୍ୱର: ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ। ୧୫ ତାରିଖ ଯାଏ ପରୀକ୍ଷା ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବିଭିନ୍ନ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ। ଏନେଇ ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯାଏ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା ହେବ।

ସିଏଚ୍ଏସ୍ଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପ୍ରତି ଯୁକ୍ତ ଦୁଇ କଲେଜରେ ବାହ୍ୟ ପରୀକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛି। ପରୀକ୍ଷକ ନିଯୁକ୍ତି ପାଇଁ ସିଏଚ୍ଏସ୍ଇର ଅନୁମତି ନେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜଣେ ଶିକ୍ଷାର୍ଥୀ ଗୋଟିଏ ଦିନରେ ଯେପରି ଦୁଇଟି ପ୍ରାକ୍ଟିକାଲ ପରୀକ୍ଷା ନ ଦିଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

ପରୀକ୍ଷା ସମୟରେ ପାନୀୟ ଜଳ ସହ ପ୍ରାଥମିକ ଚିକିତ୍ସା ବାକ୍ସର ବ୍ୟବସ୍ଥା କରିବାକୁ କୁହାଯାଇଛି । ପରୀକ୍ଷା ସମୟରେ ସମସ୍ତ ପରୀକ୍ଷା ହଲ୍‌ରେ ସିସିଟିଭି କାର୍ଯ୍ୟକ୍ଷମ ରହିବା ଜରୁରୀ। ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରିବାକୁ କୁହାଯାଇଛି। ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀ ନିଜର ବୈଧ ପ୍ରମାଣପତ୍ର ନେଇ ପରୀକ୍ଷା ହଲ୍‌ରେ ପ୍ରବେଶ କରିବେ। ପରୀକ୍ଷା ଆରମ୍ଭର ଅଧ ଘଣ୍ଟା ଭିତରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ପ୍ରାକ୍ଟିକାଲ ପାଇଁ ସୁଯୋଗ ମିଳିବ।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL