ଜାତୀୟ

ତାଇୱାନ ବିରୋଧରେ ଚୀନର ଯୁଦ୍ଧାଭ୍ୟାସକୁ ସମର୍ଥନ କଲା ରୁଷ

ନୂଆଦିଲ୍ଲୀ: ଚୀନ ତାଇୱାନକୁ ଚାରିପଟୁ ଘେରି ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ସୋମବାର ଚୀନର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ‘ଜଷ୍ଟିସ ମିଶନ ୨୦୨୫’ ନାମରେ ବଡ଼ ଧରଣର ସୈନ୍ୟ ଅଭ୍ୟାସ ଆରମ୍ଭ କରିଥିବାବେଳେ ଏଥିରେ ସ୍ଥଳସେନା, ନୌସେନା, ବାୟୁସେନାକୁ ତାଇୱାନର ଚତୁର୍ଦିଗରେ ମୁତୟନ କରାଯାଇଛି। ଚୀନର ଏହି ଶକ୍ତିପ୍ରଦର୍ଶନ ମଧ୍ୟରେ ରୁଷ ଖୋଲା ସମର୍ଥନ କରିଛି। ତାଇୱାନ ଚୀନର ଅବିଚ୍ଛେଦ୍ୟ ଅଂଶ ଏବଂ ରୁଷ କୌଣସି ଦ୍ବୀପର ସ୍ବତନ୍ତ୍ରତାର କଡ଼ା ବିରୋଧ କିରଥାଏ ବୋଲି ରୁଷ କହିଛନ୍ତି।

ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି, ତାଇୱାନ ପ୍ରସଙ୍ଗ ଚୀନର ବ୍ୟକ୍ତିଗତ ମାମଲା। ଚୀନକୁ ନିଜର ସର୍ବଭୌମତ୍ଵ ଏବଂ ଆଞ୍ଚଳିକ ଅଖଣ୍ଡତାର ରକ୍ଷା କରିବାରେ ପୂର୍ଣ୍ଣ ଅଧିକାର ରହିଛି। କିଛି ଦେଶ ୱାନ ଚାଇନା ପଲିସି ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିବା ସତ୍ବେ ନିଜର ବ୍ୟବହାର ବଦଳାଉନାହାନ୍ତି। ଏହାର ବାସ୍ତବିକ ଅର୍ଥ ହେଉଛି, ସେମାନେ ଚୀନର ରାଷ୍ଟ୍ରୀୟ ଏକତ୍ରୀକରଣ ସିଦ୍ଧାନ୍ତରେ ଅସହମତ। କିଛି ପାଶ୍ଚାତ୍ୟ ଦେଶ ତାଇୱାନର ସମ୍ପତ୍ତି ଏବଂ ବୈଷୟିକ ଜ୍ଞାନକୌଶଳର ଲାଭ ଉଠାଇବାକୁ ଚାହୁଁଛନ୍ତି। ତାଇୱାନକୁ ଆମେରିକାର ମହଙ୍ଗା ଅସ୍ତ୍ରଶସ୍ତ୍ର ବିକ୍ରି ତନ୍ମଧ୍ୟରୁ ଗୋଟିଏ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL