ଜାତୀୟ

ହାଦିଙ୍କ ହତ୍ୟାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଭାରତ ଫେରାର’: ବାଂଲାଦେଶ ପୋଲିସ

ଢାକା : ବାଂଲାଦେଶ ଢାକାରେ ଛାତ୍ରନେତା ଶରିଫ ଉସ୍ମାନ ହାଦିଙ୍କ ହତ୍ୟାରେ ସାମିଲ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ଭାରତ ଖସି ଆସିଥିବା ଢାକା ମେଟ୍ରୋପଲିଟନ ପୋଲିସ ଦାବି କରିଛି । ପୋଲିସ କହିଛି କି, ଅଭିଯୁକ୍ତକୁ ସାହାଯ୍ୟ କରିଥିବା ଦୁଇ ଜଣଙ୍କୁ ଭାରତୀୟ ଅଧିକାରୀ ଗିରଫ କରିନେଇଛନ୍ତି । ବାଂଲାଦେଶ ସରକାର ଭାରତରୁ ଅଭିଯୁକ୍ତଙ୍କୁ ଗିରଫ ଏବଂ ପ୍ରତ୍ୟାର୍ପଣ ପାଇଁ କଥାବାର୍ତ୍ତା କରୁଛନ୍ତି ।

ଖବର ମୁତାବକ, ଡିଏମପି ମିଡିଆ ସେଣ୍ଟରରେ ଏକ ପ୍ରେସ ବ୍ରିଫିଂକୁ ସମ୍ବୋଧିକ କରି ଅତିରିକ୍ତ ଆୟୁକ୍ତ ଏନଏନ ନଜରୁଲ ଇସଲାମ କହିଛନ୍ତି, ହାଦିଙ୍କ ହତ୍ୟାରେ ସାମିଲ ସନ୍ଦିଗ୍ଧଫୈସଲ କରୀମ ମସୁଦ ଏବଂ ଆଲମଗିର ଶେଖ ସ୍ଥାନୀୟ ସହଯୋଗୀଙ୍କ ସହାୟତାରେ ହଲୁଆଘାଟ ସୀମା ଦେଇ ଭାରତରେ ପ୍ରଦେଶ କରିସାରିଛନ୍ତି ।

ଆଉ ସନ୍ଦିଗ୍ଧଙ୍କୁ ସହାତା କରିଥିବା ୨ ଜଣ ବ୍ୟକ୍ତିଙ୍କୁ ଭାରୀତୀୟ ଅଧିକାରୀ ଗିରଫ କରିସାରିଛନ୍ତି । ଏନେଇ ବାଂଲାଦେଶ ସରକାର ସେମାନଙ୍କୁ ପ୍ରତ୍ୟାର୍ପଣ ପାଇଁ ଭାରତ ସରକାରଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ପୋଲିସ ଏହି ମାମଲାରେ ଯାଚ କରୁଛି । ଆଉ ଯେଉଁମାନେ ଏଥିରେ ସାମିଲ ହେବେ ସେମାନଙ୍କୁ କଦାପି ଛଡାଯିବ ନାହିଁ ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL