ଓଡ଼ିଶା

ହାଇୱା-ଟ୍ରକ ମୁହାଁମୁହିଁ: ପ୍ରାଣ ହରାଇଲେ ଦୁଇ ଡ୍ରାଇଭର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ ୫୨୦ର ଡେଥ୍ ଜୋନ୍ ପାଲଟିଥିବା କେ ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ସଡ଼କ ଦୁର୍ଘଟଣାରେ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମଧ୍ଯ ରାତ୍ରିରେ କୁନ୍ଦୁରୁପାଣି ଛକ ନିକଟରେ ଲୁହା ପଥର ବୋଝେଇ ହାଇୱା ଓ କୋଇଲା ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ଟ୍ରକ୍ ରେ ନିଆଁ ଲାଗି ଯାଇଥିଲା।

କେ ବଲାଙ୍ଗ ପୁଲିସ୍ ଖବର ପାଇ ଉଦ୍ଧାର ପାଇଁ କୋଇଡା ଅଗ୍ନିଶମ ବାହିନୀର ସହାୟତା ଲୋଡିଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ନିଆଁକୁ ଆୟତ୍ତ କରିବା ସହ ଦୁଇ ଚାଳକଙ୍କ ମଅତଦେହକୁ କଟର୍ ଜରିଆରେ କାଟି ଉଦ୍ଧାର କରିଥିଲେ। ଅନ୍ୟପଟେ ଦୁର୍ଘଟଣା ଯୋଗୁଁ ଗାଡ଼ିମାନଙ୍କ ଲମ୍ବା ଲାଇନ୍ ଲାଗିଥିଲା। ପୋଲିସ୍ ଘଟଣାର ସବିଶେଷ ତଦନ୍ତ ଜାରି ରଖି ଦୁଇ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।

 

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL