ଅନ୍ତର୍ଜାତୀୟ

ବିକ୍ରି ହେଲା ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ

ଇସଲାମାବାଦ : ପାକିସ୍ତାନର ସରକାରୀ ଏୟାରଲାଇନ୍ସ କମ୍ପାନୀ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ) ବିକ୍ରି ହୋଇଛି। ଆରିଫ୍ ହବିବ ଗ୍ରୁପ୍ ଏହାକୁ ୧୩୫ ଅରବ ପାକିସ୍ତାନୀ ମୁଦ୍ରା(୪୩୦୦ କୋଟି ଭାରତୀୟ ମୁଦ୍ରା)ରେ କ୍ରୟ କରିଛି। ଲଗାତାର କ୍ଷତି ସହିବା ପରେ ପାକିସ୍ତାନ ଏହାକୁ ବିକିବାକୁ ବାଧ୍ୟ ହୋଇଛି। ରାଜଧାନୀ ଇସଲାମାବାଦରେ ଆୟୋଜିତ ଘରୋଇକରଣ କାର୍ଯ୍ୟକ୍ରମରେ ଆରିଫ୍ ହବିବ ଗ୍ରୁପ୍, ଲକି ସିମେଣ୍ଟ ଓ ଏୟାରବ୍ଲୁ ନିଜ ନିଜ ବିଡ୍ ଜମା କରିଥିଲେ। ନିର୍ଦ୍ଧାରିତ ନିୟମ ଅନୁସାରେ ଅଧିକ ଦାମ୍ ଡାକିଥିବା ୨ କମ୍ପାନୀ ଆରିଫ୍ ହବିବ ଓ ଲକି ସିମେଣ୍ଟକୁ ମୁକ୍ତ ନିଲାମରେ ସାମ୍ନାସାମ୍ନି ହେବାପାଇଁ ସୁଯୋଗ ଦିଆଯାଇଥିଲା। ଶେଷରେ ଆରିଫ୍ ହବିବ ସମୂହ ୧୩୫ ଅରବ ଡାକିଥିଲା। ଶହବାଜ ଶରିଫ୍ ସରକାର ପ୍ରାରମ୍ଭରେ ପିଆଇଏରେ ୭୫ ପ୍ରତିଶତ ଭାଗିଦାରୀ ବିକିବା ପାଇଁ ବିକଳ୍ପ ଦେଇଥିଲେ। ସଫଳ ନିଲାମଧାରୀଙ୍କୁ ବଳକା ୨୫ ପ୍ରତିଶତ ଭାଗିଦାରୀ ୯୦ ଦିନ ଭିତରେ କ୍ରୟ କରିବାର ବିକଳ୍ପ ମିଳିବ। ନିୟମ ଅନୁସାରେ ପ୍ରଥମ ବିକ୍ରିରୁ ମିଳିବାକୁ ଥିବା ରାଶିର ୯୨.୫ ପ୍ରତିଶତ ଏୟାରଲାଇନରେ ପୁନଃ ନିବେଶ ପାଇଁ ରହିବ ଏବଂ ୭.୫ ପ୍ରତିଶତ ରାଶି ସରକାରଙ୍କୁ ମିଳିବ। ଏହି ସମ୍ପୂର୍ଣ୍ଣ ନିଲାମ ପ୍ରକ୍ରିୟା ସ୍ଥାନୀୟ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ ହୋଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଏହି ଚୁକ୍ତିକୁ ପାକିସ୍ତାନ ଇତିହାସର ସବୁଠାରୁ ବଡ କ୍ରୟବିକ୍ରୟ ଦର୍ଶାଇ ଏହି ପ୍ରକ୍ରିୟାକୁ ସ୍ବଚ୍ଛ ରଖିବାକୁ ଚେଷ୍ଟା କରିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL