ଓଡ଼ିଶା

ସିରିଜ ଦୁର୍ଘଟଣା: ୨୦ ଗୁରୁତର

କେନ୍ଦୁଝର: ସିରିଜ ଦୁର୍ଘଟଣାରେ ୨୦ ଗୁରୁତର ଆହତ। କେନ୍ଦୁଝର ଜିଲା କୋଳିମାଟି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଘଟିଛି ଏହି ଦୁର୍ଘଟଣା। ଏକ ଟୁରିଷ୍ଟ ବସ ଏବଂ କାରକୁ ଗୋଟିଏ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେବାରୁ ଏହି ସିରିଜ ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁସାରେ, ପୁରୁ ରାମଚଣ୍ଡୀ ଅଞ୍ଚଳରୁ ଏକ ଟୁରିଷ୍ଟ ବସ ଘଟଗାଁ ଯାଉଥିଲା। କୋଳିମାଟି ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଉକ୍ତ ଟୁରିଷ୍ଟ ବସ ଏବଂ ଅନ୍ୟ ଏକ କାରକୁ ପଛରୁ ଧକ୍କା ଦେଇଥିଲା। ଘଟଣା ପରେ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL